fbpx

୨ ହଜାର ଟଙ୍କାରେ ୧ ମାସର ଶିଶୁ ପୁତ୍ର ବିକ୍ରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାତ୍ର ୨ ହଜାର ଟଙ୍କାରେ ଏକ ମାସର ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି । ଏହିଭଳି ଅଭିଯୋଗ ଆସିଛି ଝାରପୋଖରିୟା ଥାନା ଶଙ୍ଖାଭଙ୍ଗା ଗାଁରୁ । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି । ଏଥିରେ ବିକ୍ରି କରିଥିବା ଦଲାଲ୍ ଏବଂ କିଣିଥିବା ଦମ୍ପତି ଗିରଫ ହୋଇଛନ୍ତି ଏବଂ ଶିଶୁ ପୂତ୍ରକୁ ଉଦ୍ଧାର କରାଯାଇଛି । ତେବେ କିଣିଥିବା ଦମ୍ପତିଙ୍କୁ ରାଇରଙ୍ଗପୁର ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ବିକିଥିବା ଦଲାଲ୍ କୁ ସାରସକଣା ଅଞ୍ଚଳରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏ ସଂକ୍ରାନ୍ତରେ ଝାରପୋଖରିୟା ପୋଲିସ୍ ସୂଚନା ଦେଇଛି ।

Get real time updates directly on you device, subscribe now.