ସୋମବାରରେ ବଢିଗଲା ସୁନା ଦର, ୧ ହଜାର ମହଙ୍ଗା ହେଲା ରୂପା, ଜାଣନ୍ତୁ ଆଜିର ରେଟ୍
ସୁନା ଏବଂ ରୂପା ଦର ଆଜି ଆଜି ବଢିଗଲା
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ସୋମବାର ଦିନ ସୁନାର ମୂଲ୍ୟ ୧,୦୦୦ ବଢି ୧୦ ଗ୍ରାମ ପିଛା ୧,୦୫,୬୭୦ ଟଙ୍କାରେ ପହଞ୍ଚିଛି। ସ୍ଥାନୀୟ ବଜାରରେ ୯୯.୫% ସୁଦ୍ଧତାର ସୁନା ସୋମବାର ଦିନ ୮୦୦ ଟଙ୍କା ବଢି ୧,୦୪,୮୦୦ ଟଙ୍କାରେ ପହଞ୍ଚିଛି।
ଏହା ପୂର୍ବରୁ ସୁନା ମୂଲ୍ୟ ୧,୦୪,୦୦ ଟଙ୍କା ଥିଲା। ପିଟିଆଇ ଖବର ମୁତାବକ, ସୋମବାର ଦିନ ମୂଲ୍ୟବାନ ଅଳଙ୍କାର ଦର ବଢିଯାଇଛି।
ରୂପା ଦର ବି ବଢିଗଲା: ରୂପା ମୂଲ୍ୟରେ ମଧ୍ୟ ସୋମବାର ଦିନ ୧,୦୦୦ ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଛି। ରୂପା ଦର ବୃଦ୍ଧି ପରେ ବର୍ତ୍ତମାନ ୧,୨୬.୦୦୦ ଟଙ୍କାରେ ପହଞ୍ଚିଛି। ଶନିବାର ଦିନ ରୂପା ୬,୦୦୦ ବଢି ୧,୨୫,୦୦ରେ ପହଞ୍ଚିଥିଲା।
ଭୁବନେଶ୍ୱରରେ ସୁନା ଦର: ଆଜି ୨୨ କ୍ୟାରେଟ୍ ଗୋଲ୍ଡ ରେଟ୍ ୧୦ ଗ୍ରାମ ପିଛା ୮୫୦ ଟଙ୍କା ବଢିଯାଇଛି। ଯାହା ଗତକାଲି ୯୬,୨୦୦ ଟଙ୍କାରେ ବିକ୍ରି ହେଉଥିଲା।
ବର୍ତ୍ତମାନର ବୃଦ୍ଧି ପରେ ଏହାର ମୂଲ୍ୟ ୧୦ ଗ୍ରାମ ପିଛା ୯୭ ହଜାର ୫୦ ଟଙ୍କା ରହିଛି। ସେହିପରି ୨୮ କ୍ୟାରେଟ୍ ଗୋଲ୍ଡ ରେଟ୍ ୧୦ ଗ୍ରାମ ପିଛା ଆଜି ୯୩୦ ଟଙ୍କା ବଢିଯାଇଛି। ବର୍ତ୍ତମାନ ଏହି ସୁନା ଦର ୧,୦୫,୮୮୦ ଟଙ୍କା ରହିଛି।