fbpx

ୟୁକ୍ରେନ ଉପରେ ହେଲା ମିଶାଇଲ ଆଟାକ: ୧୦ ମୃତ, ୫୦ ଜଣ ଗୁରୁତର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରାୟ ୪ ମାସ ପୁରିବାକୁ ବସିଲାଣି । କିନ୍ତୁ ଯୁଦ୍ଧ ଏବେ ବି ଲାଗିରହିଛି । ଉଭୟ ଦେଶ ମଧ୍ୟରେ ତିକ୍ତତା ଦିନକୁ ଦିନ ଉଗ୍ର ରୂପ ନେଉଛି । ପ୍ରତିଦିନ ଗୋଳାବାରୁଦ ସାଙ୍ଗକୁ ବୋମା ଏପରିକି ମିଶାଇଲ ଆଟାକ ମଧ୍ୟ ହେବାରେ ଲାଗିଛି । ଆଜି ୟୁକ୍ରେନ ଉପରେ ଏହିଭଳି ଏକ ବଡ ଆକ୍ରମଣ କରିଛି ଋଷ ସେନା । ୟୁକ୍ରେନ ଉପରେ ମିଶାଇଲ ମାଡ କରିଥିବା ଜଣାଯାଇଛି ।

ୟୁକ୍ରେନ ଉପରେ ଯଥାଶୀଘ୍ର ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ପୁତିନ ସେନା । ସେଥିପାଇଁ ଏବେ ୟୁକ୍ରେନ ଉପରେ ବଡ ବଡ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନ ଉପରେ ମିଶାଇଳ ଆଟାକ କରିଛି ଋଷ । ଜନଗହଳିପୂର୍ଣ୍ଣ କ୍ରେମଚୁକର ସପିଙ୍ଗ ମଲ୍ ରେ ଋଷ ସେନା ମିଶାଇଲ ଆକ୍ରମଣ କରିଛି । ଋଷର ଏହି ବିରାଟ ଆକ୍ରମଣରେ ମୋଟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।

ପିଙ୍ଗ ମଲ୍ ରେ ହୋଇଥିବା ଏହି ଆକ୍ରମଣ ପୂର୍ବରୁ ଏଠାରେ ପ୍ରାୟ ଏଜ ହଜାରରୁ ଅଧିକ ଲୋକ ଥିଲେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ତେବେ ଏହି ମଲ୍ ରେ ଅଧିକ ଭିଡ ହେଉଥିବାରୁ ଏହାକୁ ଟାର୍ଗେଟ କରିଛନ୍ତି ଋଷ ସେନା । ଫଳରେ ସୁବିଧା ସୁଯୋଗ ଦେଖି ସପିଙ୍ଗ ମଲ ଉପରକୁ ମିଶାଇଲ ମାଡ କରିଛି ।

Get real time updates directly on you device, subscribe now.