fbpx

ମୋ ମୃତ ଦେହଠାରୁ ୧୦ଫୁଟ ଦୂରରେ ରହିବ ଲେଖି କରୋନା ଆକ୍ରାନ୍ତ ଲଗାଇଲେ ଫାଶୀ

ହରିୟାଣା, ୧୮ା୬: ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛ । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ହରିୟାଣା ସ୍ଥିତ ଅମ୍ବାଲାରେ ଆଜି ଜଣେ ୫୫ବର୍ଷିୟ କରୋନା ଆକ୍ରାନ୍ତ ହସ୍ପିଟାଲରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । କରୋନା ପାଇଁ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ହସ୍ପିଟାଲର ବାଥରୁମରେ ନିଜର ଜୀବନକୁ ଶେଷ କରିଦେଇଛନ୍ତି ।

ଏହି ଘଟଣାର ସ୍ଥାନୀୟ ପୋଲିସ ତଦନ୍ତ କରିବା ପରେ କୁହାଯାଇଛି ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ ଯମୁନା ନଗରର ଜଗାଧାରିର ସେକ୍ଟର ନମ୍ବର ୧୭ରେ ରହୁଥିଲେ । ଏହାସହ ସେ କରୋନା ଡ଼ରରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ମରିବା ପୂର୍ବରୁ ନିଜ ପରିବାର ପାଇଁ ଏକ ମେସେଜ ଛାଡ଼ିଥିଲେ । ସେଥିରେ ଲେଖାଥିଲା ଯେ ମୋର ମୃତଦେହକୁ ଅନ୍ତିମ ସଂସ୍କାର କରିବା ସମୟରେ ମୃତଦେହ ଠାରୁ ସମସ୍ତେ ଅତି କମରେ ୧୦ ଫୁଟ ଦୂରରେ ରହିବ । ଘଟଣାର ପ୍ରାଥମିକ ତଦନ୍ତରୁ ପୋଲିସକୁ ଏହି ତଥ୍ୟ ମିଳିପାରିିଛି ।

Get real time updates directly on you device, subscribe now.