fbpx

‘ସେଓ ଗୋଟିଏ ଫାଇଦା ଅନେକ’; ଏହି ସମୟରେ ଖାଆନ୍ତୁ, ମିଳିବ ୧୦ ଜବରଦସ୍ତ ଫାଇଦା

ଓଡ଼ିଶା ଭାସ୍କର ବ୍ୟୁରୋ: ସେଓ ହେଉଛି ଏକ ଏପରି ଫଳ ଯାହା ଆପଣଙ୍କ ଶରୀରକୁ ଅହେତୁକ ଫାଇଦା ପ୍ରଦାନ କରିବ । କେବଳ ଭାରତରେ ନୁହେଁ ବରଂ ବିଶ୍ୱବ୍ୟାପୀ ଏହି ଫଳକୁ ସବୁଠାରୁ ଅଧିକାଂଶ ଲୋକ ସେବନ କରିଥାନ୍ତି । ଏହି ଫଳ ରେ ଥିବା ଚମତ୍କାରୀ ଫାଇଦା କାରଣରୁ ଏହା ପିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଥାନ୍ତି । ସେଓ ପେଟର ଭୋକ ମେଣ୍ଟାଇବା ସହିତ ସ୍ୱାସ୍ଥ୍ୟକୁ ନାନା ପ୍ରକାରର ଲାଭ ପ୍ରଦାନ କରିଥାଏ । ଏଥିରେ ଅଧିକ ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ଥିବା କାରଣରୁ ରୋଗକ୍ରାନ୍ତ ସମୟରେ ଏହାକୁ ଅଧିକ ଖିଆଯାଇଥାଏ । ଆଜି ଆମେ ସେଓର କିଛି ସ୍ୱାସ୍ଥ୍ୟଗତ ଫାଇଦା ସମ୍ପର୍କରେ ଜାଣିବା ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଏପରି କିଛି ଉପାଦାନ ମଧ୍ୟ ସେଓରେ ମିଳିଥାଏ, ଯାହା ଶରୀରରେ ନୂତନ କୋଷ ଗଠନ କରିବାରେ ସହାୟକ ହୁଏ । ମଧୁମେହର ଆଶଙ୍କା ହ୍ରାସ କରିବାରେ ସେଓ ଖୁବ୍ ଲାଭଦାୟକ ଅଟେ । ଏହାସହ ଏହା ଆପଣଙ୍କ ଶରୀରରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିପାରିବ । ତେଣୁ ପ୍ରତି ଦିନ ଗୋଟିଏ ସେଓ ଖାଇବା ଦ୍ୱାରା କର୍କଟ, ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମିଯାଏ । ସେଓରେ ସନ୍ତୁଳିତ ପରିମାଣରେ ଭିଟାମିନ୍ ସି ଥାଏ । ଏହା ହାଡକୁ ଶକ୍ତି ପ୍ରଦାନ କରିଥାଏ ।

୧. କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟାରେ ପୀଡିତ ରୋଗୀଙ୍କ ପାଇଁ ସେଓ ଖାଇବା ଉପଯୋଗୀ ।

୨. କିଡନୀ ଷ୍ଟୋନର ସମସ୍ୟାକୁ ଏଡାଇବା ପାଇଁ ଆପଣ ପ୍ରତିଦିନ ସକାଳେ ସେଓ ଖାଇପାରିବେ ।

୩. ସେଓ ଖାଇବା ଦ୍ୱାରା ବୃଦ୍ଧାବସ୍ଥା ହେତୁ ମସ୍ତିଷ୍କ ଉପରେ ପ୍ରଭାବ ଦୂର କରିବାରେ ସାହାଯ୍ୟ କରେ ।

୪. ସେଓରେ ପ୍ରଚୁର ପରିମାଣରେ ଡାଏଟାରୀ ଫାଇବର ମିଳିଥାଏ, ଯାହା ହଜମ ପ୍ରକ୍ରିୟାକୁ ସଠିକ୍ ରଖିବାରେ ସାହାଯ୍ୟ କରିଥାଏ ।

୫. ସେଓରେ ଫାଇବର ଥାଏ, ଯାହା ଆପଣଙ୍କ ଦାନ୍ତକୁ ମଜବୁତ୍ ରଖିବାରେ ସାହାଯ୍ୟ କରିଥାଏ ।

୬. ସେଓକୁ ନିୟମିତ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମିଯାଏ ।

୭. ଟାଇପ୍-୨ ମଧୁମେହ ହେବାର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ ସେଓ ।

୮. ସେଓ ହୃଦୟ ପାଇଁ ବହୁତ ଭଲ । ଏହା ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି କରେ ନାହିଁ ।

୯. ଓଜନ ନିୟନ୍ତ୍ରଣ କରିବା ପାଇଁ ସେଓର ନିୟମିତ ବ୍ୟବହାର ମଧ୍ୟ ଲାଭଦାୟକ ହୋଇପାରେ ।

୧୦. ପ୍ରତିଦିନ ସକାଳେ ସେଓ ରସ ଖାଇବା ଦ୍ୱାରା ମୁହଁର ଦାଗ ଦୂର ହୋଇଯାଏ ।

Get real time updates directly on you device, subscribe now.