fbpx
BSKY SKY
BSKY SKY

ଅଚାନକ୍ ଅଙ୍ଗନବାଡ଼ି କେନ୍ଦ୍ରକୁ ଘେରିଗଲେ ମହୁମାଛି, ଆକ୍ରମଣରେ ୧୦ ଗୁରୁତର

BSKY

ବୌଦ୍ଧ (ଓଡ଼ିଶା ଭାସ୍କର): ବୌଦ୍ଧ କଣ୍ଟାମାଳ ବ୍ଲକ୍ ଦବଲା ପଞ୍ଚାୟତ ବଉଳସିଂହାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମହୁମାଛି ଆକ୍ରମଣରେ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଅଚାନକ୍ ମହୁମାଛି ଆକ୍ରମଣରେ ୮ ଶିଶୁଙ୍କ ସମେତ ଅଙ୍ଗନବାଡ଼ିର ୱାର୍କର ଓ ହେଲପର ଗରୁତର ହୋଇଛନ୍ତି । ସମସ୍ତ ଗୁରୁତରମାନଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲରେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଆଟାକର ଶିକାର ହୋଇଥିବା ଶିଶୁମାନଙ୍କର ଅବସ୍ଥା ଗୁରୁତର ରହିଛି ।

ଏହା ସହ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ କଇଣ୍ଡା ଗ୍ରାମରେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି । ମହୁମାଛି ଆକ୍ରମଣରେ ୧୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

ସୂଚନା ଅନୁସାରେ ତୁରୁମୁଙ୍ଗା ରାଜନଗର ରାସ୍ତାରେ କଇଣ୍ଡା ଗ୍ରାମର ରାସ୍ତା କଡ଼ରେ ଥିବା ଏକ ବିରାଟ ଅଶ୍ୱତ୍ଥ ଗଛରେ ୨୦ ରୁ ଉର୍ଦ୍ଧ୍ବ ମହୁଫେଣା ରହିଛି । ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ଗାଁରେ ମହୁମାଛି ଆତଙ୍କ ଖେଳାଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.