fbpx
BSKY SKY
BSKY SKY

ଲାଉଡସ୍ପିକରରେ ଅଜାନ ଉପରେ ଲଗାଯାଉ ବ୍ୟାନ, ବିଗୁଡୁଛି ମାହୋଲ: ଅନୁରାଧା

BSKY

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ମୁମ୍ବାଇରେ ମସଜିଦରେ ଲାଗୁଥିବା ଲାଉଡ ସ୍ପିକରକୁ ଶବ୍ଦକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା ପରି ଦଳ ଆପତ୍ତି ଉଠାଇବା ପରେ ଏହାକୁ ନେଇ ଦେଶରେ ବିତର୍କ ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟିକା ଅନୁରାଧା ପୌଡଓ୍ଵାଲ ଅଜାନ ପାଇଁ ଲାଉଡସ୍ପିକରର ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ହଜାର ହଜାର ସଙ୍ଗୀତରେ ନିଜର ମଧୁର କଣ୍ଠଦାନ କରିଥିବା ଅନୁରାଧା କହିଛନ୍ତି, ଭାରତରେ ଏହି ପରି ଅଜାନ ଦେବାର ଆବଶ୍ୟକତା ନାହିଁ।

ଜି ନ୍ୟୁଜ୍ ସହ ଆଲୋଚନା ବେଳେ ଅନୁରାଧା କହିଛନ୍ତି, ମୁଁ ଦୁନିଆର ଅନେକ ସ୍ଥାନ ଯାଇଛି। ମୁଁ ଲାଉଡସ୍ପିକରରେ ଅଜାନ ଦେବା କେଉଁଠି ଦେଖିନାହିଁ ଯେମିତି ଭାରତରେ ହେଉଛି। ମୁଁ କୌଣସି ଧର୍ମକୁ ବିରୋଧ କରୁ ନାହିଁ। ମାତ୍ର ଭାରତରେ ଏହାକୁ ବଳପୂର୍ବକ ପ୍ରୋତ୍ସାହିତ କରାଯାଉଛି। ଏହି କାରଣରୁ ଅନ୍ୟ ସମୁଦାୟ ମଧ୍ୟ ପ୍ରଶ୍ନ କରୁଛନ୍ତି ଯଦି ଲାଉଡସ୍ପିକର ବ୍ୟବହାର ସେମାନେ କରି ପାରିବେ ତେବେ ଆମେ କାହିଁକି ନୁହେଁ।

ଅନୁରାଧା ପୌଡଓ୍ଵାଲ କହିଛନ୍ତି, ମୁଁ ମଧ୍ୟପ୍ରାଚ୍ୟ ଦେଶଗୁଡିକୁ ଯାତ୍ରା କରି ସାରିଛି। ସେଠାରେ ଲାଉଡସ୍ପିକର ବ୍ୟବହାର ଉପରେ କଟକଣା ଲଗାଯାଇଛି। ଯେବେ ମୁସଲିମ ଦେଶରେ ଏହାକୁ ପ୍ରୋତ୍ସାହନ କରାଯାଉ ନାହିଁ ତେବେ ଭାରତରେ ଏହାର ଆବଶ୍ୟକତା କଣ ? ଯଦି ଏମିତି କାମ ଜାରି ରହେ ତେବେ ଅନ୍ୟ ସମୁଦାୟର ଲୋକେ ମଧ୍ୟ ଲାଉଡ ସ୍ପିକରରେ ହନୁମାନ ଚାଳିସା ବଜାଇବା ଆରମ୍ଭ କରିବେ। ଏଥିରେ ସମାଜରେ ସଦଭାବ ସମାପ୍ତ ହେବ, ଯାହା ଠିକ୍ ନୁହେଁ। ସେ କହିଛନ୍ତି, ଭାରତର ଯୁବ ପିଢିଙ୍କୁ ଦେଶର ସଂସ୍କୃତି ବିଷୟରେ ପଢିବା ଉଚିତ୍। ଆମ ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କ ଦାୟିତ୍ଵ ସେମାନେ ଯୁବ ପିଢିଙ୍କୁ ଭାରତର ଇତିହାସ ବିଷୟରେ ଜଣାଇବା ଉଚିତ୍।

 

Get real time updates directly on you device, subscribe now.