fbpx

ପାକିସ୍ତାନକୁ ୯୦ ଦିନ ପାଇଁ ଅସହାୟ ଛାଡି ଦେଲ, ଇମ୍ରାନ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନରେ ଜାରି ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ ନଦେବା ଏବଂ ନ୍ୟାସନାଲ ଆସେମ୍ବଲି ଭଙ୍ଗ କରାଯିବା ଉପରେ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ପାକିସ୍ତାନ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ସଂସଦକୁ ଭଙ୍ଗ କରାଯାଇ ନିର୍ବାଚନ ପାଇଁ ୯୦ ଦିନର ସମୟ ଦିଆଯାଇଛି। ଏମିତିରେ ଆପଣ ପାକିସ୍ତାନକୁ ୯୦ ଦିନ ପାଇଁ ଅସହାୟରେ ଛାଡି ଦେଲେ। ବିଚାରପତି ମଜହର ଆଲମ ରାଷ୍ଟ୍ରପତିଙ୍କ ପ୍ରତିନିଧି ଅଲି ଜାଫର କହିଛନ୍ତି, କଣ କୋର୍ଟ ସମ୍ବିଧାନର ସଂରକ୍ଷକ ନୁହେଁ କି ? ଯଦି କେହି ସଂସଦୀୟ ପ୍ରକ୍ରିୟାରେ ପ୍ରଭାବିତ ହୁଏ ତେବେ ନ୍ୟାୟ କେମିତି ହେବ ? ଯଦି ଅନ୍ୟାୟ ହେବ ତେବେ ଅଦାଲତ କଣ ଚୁପ୍ ରହିବ।

ଏହା ଉପରେ ସରକାରଙ୍କ ଓକିଲ ଇମତିଆଜ ସିଦ୍ଦିକ କହିଛନ୍ତି, ନିଜର ଶପଥ ଅନୁଯାୟୀ, ବାଚସ୍ପତି ସଠିକ୍ ନିଷ୍ପତ୍ତି ନେଇ ପାରିବେ। ଏହା ସଂସଦର ଆଭ୍ୟନ୍ତରୀଣ ମାମଲା ଏବଂ ଏହା ଉପରେ ପ୍ରଶ୍ନ କରାଯାଇ ପାରିବ ନାହିଁ। ପୂର୍ବରୁ ମଧ୍ୟ ଅଦାଲତ ସଂସଦର ଆଭ୍ୟନ୍ତରୀଣ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇ ନାହାନ୍ତି। ସଂସଦର ଗୃହକାର୍ଯ୍ୟ ଉପରେ ଅଦାଲତ ପ୍ରଶ୍ନ କରି ପାରିବ ନାହିଁ ଏବଂ ଏଥିରୁ ସେ ଉର୍ଦ୍ଧ୍ଵରେ ରହିବା ଉଚିତ୍। ଯଦି ସଂସଦୀୟ ପ୍ରକ୍ରିୟାରେ କିଛି ଦୋଷ ଦୁର୍ବଳତା ରହିଛି ତେବେ ଏହାକୁ ଦୂର କରାଯିବା ଉଚିତ୍। ଅଦାଲତର ଏଥିରେ କୌଣସି ନେଣଦେଣ ନାହିଁ।

ସୂଚନାଯୋଗ୍ୟ, ପାକିସ୍ତାନର ନ୍ୟାସନାଲ ଆସେମ୍ବଲିରେ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଏପ୍ରିଲ ୩ରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହେବାର ଥିଲା। ତେବେ ବାଚସ୍ପତି ପ୍ରସ୍ତାବକୁ ଖାରଜ କରିବା ସହିତ ସଂସଦ ଭଙ୍ଗ କରିଥିଲେ। ବାଚସ୍ପତିଙ୍କ କହିବା କଥା ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିଙ୍କ ଷଡଯନ୍ତ୍ର ରହିଛି। ଏମିତି ସ୍ଥିତିରେ ସଂସଦରେ ଭୋଟିଂ କରାଯାଇ ପାରିବ ନାହିଁ।

Get real time updates directly on you device, subscribe now.