fbpx

ଅଟଳଙ୍କୁ ଜନ୍ମଦିନରେ ପ୍ରଣାମ: ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଜୀବନର ୧୦ଟି ଅଜଣା କଥା

ନୂଆଦିଲ୍ଲୀ: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜନ୍ମ ଜୟନ୍ତୀ । ଗତ ୨୦୧୮ ମସିହା ଅଗଷ୍ଟ ମାସ ୧୬ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । ବାଜପେୟୀଙ୍କୁ ୨୦୧୪ରେ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ସରକାରରେ ଥାଆନ୍ତୁ ବା ବିରୋଧୀ ଆସନରେ ଥାଆନ୍ତୁ କି ଜଣେ ସାଧାରଣ ନାଗରିକ ହୋଇଥାଆନ୍ତୁ ଅଟଳ ସର୍ବଦା ଦେଶର ହିତ ପାଇଁ ଚିନ୍ତା କରୁଥିଲେ, ଯେଉଁଥିପାଇଁ କି ଦେଶବାସୀ ତାଙ୍କୁ ଜଣେ ରାଷ୍ଟ୍ରନେତା ଗ୍ରହଣ କରିଛନ୍ତି । ଅଟଳଙ୍କ ଜୀବନରେ ଏପରି ଅନେକ ଅକୁହା କଥା ରହିଛି, ଯାହାକୁ ଅନେକ ଜାଣିନଥିବେ ।

୧- ଅଟଳ ତାଙ୍କ ଜୀବନରେ ବିବାହ କରି ନଥିଲେ । ମାତ୍ର ତାଙ୍କୁ ଯେତେବେଳେ ଏହାର କାରଣ ପଚରାଗଲା ସେ କହିଥିଲେ, ‘ମୁଁ ଏତେ ବ୍ୟସ୍ତରେ ରହିଲି ଯେ ଭୁଲି ଗଲି ।’

୨- ଭାରତ ଛାଡ଼ ଆନ୍ଦୋଳନରେ ଭାଗନେବା କାରଣରୁ ଅଟଳ ୨୩ ଦିନ ପର୍ଯ୍ୟନ୍ତ ଜେଲରେ ରହିଥିଲେ ।

୩- ୨୯୨୪ ଡିସେମ୍ବର ୨୫ (ଖ୍ରୀଷ୍ଟମାସ ଡେ)ରେ ଅଟଳ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ନନଭେଜ୍ ଖାଇବାକୁ ବହୁତ ପସନ୍ଦ କରୁଥିଲେ । ପ୍ରନ ତାଙ୍କର ସବୁଠାରୁ ପସନ୍ଦଯୋଗ୍ୟ ଖାଦ୍ୟ ଥିଲା ।

୪- ସେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ନୂଆଦିଲ୍ଲୀ ଓ ଗୁଜରାଟ ପରି ୪ଟି ରାଜ୍ୟର ଛଅଟି ଲୋକସଭା କ୍ଷେତ୍ରରୁ ଜିତିଥିବା ଏକମାତ୍ର ନେତା ଅଟନ୍ତି ।

୫- ସେ ୪୭ ବର୍ଷ ପର୍ଯ୍ୟନ୍ତ ସଂସଦର ସଦସ୍ୟ ରହିଥିଲେ । ସେ ଲୋକସଭାକୁ ୧୧ ଥର ଓ ରାଜ୍ୟସଭାକୁ ୨ ଥର ଯାଇଥିଲେ ।

୬- ବାଜପେୟୀ ମିଳିତ ଜାତିସଂଘ ମହାସଭାରେ ପ୍ରଥମ ଭାରତୀୟ ରାଜନେତା ଭାବେ ହିନ୍ଦି ଭାଷାରେ ଭାଷଣ ଦେଇଥିଲେ ।

୭- ପିଏମ ଭାବେ ଅଟଳ ତାଙ୍କର କାର୍ଯ୍ୟକାଳରେ ରାଜସ୍ଥାନର ପୋଖରାନରେ ଏକ ସଫଳ ପରମାଣୁ ପରୀକ୍ଷଣ କରିଥିଲେ । ତାହାକୁ ଅପରେସନ ଶକ୍ତି ନାମ ଦିଆଯାଇଥିଲା ।

୮- ବାଜପେୟୀଙ୍କୁ ୨୦୦୯ରେ ଷ୍ଟ୍ରୋକ ଆସିଥିଲା । ତା’ପରଠାରୁ ତାଙ୍କର କଣ୍ଠସ୍ୱର ଓ ହାତର କାର୍ଯ୍ୟପ୍ରକ୍ରିୟାରେ ଶିଥିଳତା ଦେଖିବାକୁ ମିଳିଥିଲା ।

୯- ପିଲାଦିନକୁ କବିତା ପ୍ରତି ତାଙ୍କର ବହୁତ ଭଲ ପାଇବା ରହିଥିଲା । ସେ ୧୦ମ ଶ୍ରେଣୀରେ ପଢ଼ୁଥିବା ସମୟରେ ପ୍ରଥମ କବିତା ଲେଖିଥିଲେ ।

୧୦- ବାଜପେୟୀଙ୍କ କାର୍ଯ୍ୟକାଳରେ ୧୯୯୯ରେ କାରଗିଲ ଯୁଦ୍ଧ ୨୦୦୧ରେ ସଂସଦ ଭବନ ଉପରେ ଆକ୍ରମଣ ହୋଇଥିଲା ।

Get real time updates directly on you device, subscribe now.