fbpx

ବିଶ୍ୱାସ ନହେଲେ ବି ସତ: ୬ ବୋତଲ ପାଣି ପିଇଦେଲା ୧୦ ବର୍ଷୀୟ ବାଳକ, ଏହାପରେ ଅବସ୍ଥା ସାଙ୍ଘାତିକ…

Advertisement

ନୂଆଦିଲ୍ଲୀ: ମଣିଷ ବଞ୍ଚିବା ପାଇଁ ଜଳ ନିହାତି ଆବଶ୍ୟକ । ଜଣେ ସୁସ୍ଥ ରହିବାକୁ ହେଲେ ଅଧିକ ଜଳ ପିଇବା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଥାନ୍ତି । ତେବେ ଜଳକୁ ନେଇ ଆସିଛି ଏକ ଦୁଃଖଦ ଖବର । ଅଧିକ ଜଳ ପିଇବା କାରଣରୁ ଗୋଟିଏ ୧୦ ବର୍ଷୀୟ ବାଳକର ଅବସ୍ଥା ଭୟଙ୍କର ହୋଇଯାଇଥିଲା । ଏହି କଥାକୁ କେହି ସହଜରେ ଗ୍ରହଣ କରୁ ନଥିବା ବେଳେ କିନ୍ତୁ ଘଟଣାଟି ସତରେ ଘଟିଛି ।

ସୂଚନା ମୁତାବକ, କଲମ୍ବିଆରୁ ଆସିଛି ଏଭଳି ଏକ ଅବିଶ୍ୱସନୀୟ ଓ ଦୁଃଖଦ ଘଟଣା । ୬ ବୋତଲ ପାଣି ପିଇବା ପରେ ଗୋଟିଏ ୧୦ ବର୍ଷର ବାଳକର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା । ପିଲାଟିର ନାମ ରେ ଜୋର୍ଡାନ ହୋଇଥିବା ବେଳେ ଘଟଣାଟି ଗତ ୪ ତାରିଖରେ ଘଟିଥିଲା । ଜୋର୍ଡାନ ନିଜର ସମ୍ପର୍କୀୟଙ୍କ ସହିତ ଖେଳୁଥିବା ସମୟରେ ଅଚାନକ ତାକୁ ଶୋଷ ହୋଇଥିଲା । ଏହାପରେ ସେ ନିଜର ଶୋଷ ମେଣ୍ଟାଇବାକୁ ଯାଇ ଏକ ଘଣ୍ଟା ମଧ୍ୟରେ ଗୋଟିଏ ପରେ ଗୋଟିଏ ଏପରି ଭାବେ ୬ ବୋତଲ ପାଣି ପିଇ ଦେଇଥିଲା ।

ତେବେ ଏହାପରେ ଜୋର୍ଡାନର ସ୍ୱାସ୍ଥ୍ୟ ଖରାପ ଆଡ଼କୁ ଗତି କରିଥିଲା । ପୁଅ ଏତେ ପାଣି ପିଇଦେଇଛି ଜାଣିବା ପରେ ତା’ ମା’ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ଜୋର୍ଡାନ ନିଜକୁ ଦୁର୍ବଳ ଅନୁଭବ କରିବା ସହ ସେ ନିଜର ହାତ, ପାଦ କି ଶରୀରକୁ ସମ୍ଭାଳି ପାରିନଥିଲା । ଏହାପରେ ସଙ୍ଗେସଙ୍ଗେ ଜୋର୍ଡାନକୁ ମେଡିକାଲ ନିଆଯାଇଥିଲା । ତେବେ ପିଲାଟିଠାରେ ଜଳ ବିଷାକ୍ତ ସମସ୍ୟା ରହିଥିବା ଜଣାପଡ଼ିଥିଲା । ଅତ୍ୟଧିକ ମାତ୍ରାରେ ଜଳ ପିଇଲେ ଏପରି ଘଟିଥାଏ ବୋଲି ଡାକ୍ତର କରିଥିଲେ । ଜୋର୍ଡାନକୁ ଔଷଧ ଦିଆଯାଇଥିବା ବେଳେ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.