fbpx

ଦେଶର ଏହି ସହରରେ ହୃଦଘାତରେ ପ୍ରତିଦିନ ମୃତ୍ୟୁମୁଖରେ ପଡୁଛନ୍ତି ୧୦୦ ଜଣ, କରୋନାଠୁ ସ୍ଥିତି ଅଧିକ ଭୟାବହ

ନୂଆଦିଲ୍ଲୀ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ଅପେକ୍ଷା ହୃଦଘାତରେ ଅଧିକ ଲୋକଙ୍କ ପ୍ରାଣହାନୀ ଘଟୁଛି। ଆରଟିଆଇରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ, ଗତ ବର୍ଷ ଜାନୁଆରୀରୁ ଜୁନ ମଧ୍ୟରେ ମୁମ୍ବାଇରେ ପାଖାପାଖି ୧୮ ହଜାର ଲୋକଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଛି। ଏହି ସମୟରେ କରୋନାରେ ୧୦,୨୮୯ ଜଣଙ୍କ ପ୍ରାଣହାନୀ ଘଟିଛି।  ଚେତନ କୋଠାରୀ ନାମକ ସାମାଜିକ କର୍ମୀ ଏହି ଆରଟିଆଇ ଦାଖଲ କରିଥିଲେ। ବିଏମସି ଏହାର ତଥ୍ୟ ପ୍ରଦାନ କରିଛି।

ଆରଟିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୮ରେ ହୃଦଘାତରେ ୮ ହଜାର ୬୦୧ ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୯ରେ ଟିକେ ହ୍ରାସ ପାଇ ୫ ହଜାର ୮୪୯ ହୃଦଘାତଜନିତ ମୃତ୍ୟୁ ରହିଛି। ୨୦୨୦ରେ ମଧ୍ୟ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇ ୫ ହଜାର ୬୩୩ ରହିଛି। ମାତ୍ର ୨୦୨୧ରେ ହୃଦଘାତରେ ମୃତକଙ୍କ ସଂଖ୍ୟା ତିନି ଗୁଣ ବୃଦ୍ଧି ଘଟିଛି। ଗତ ବର୍ଷ ଜାନୁଆରୀରୁ ଜୁନ ଏହି ଛଅ ମାସ ମଧ୍ୟରେ ମୁମ୍ବାଇରେ ହୃଦଘାତରେ ୧୭ ହଜାର ୮୮୦ ଜଣଙ୍କ ପ୍ରାଣହାନୀ ଘଟିଛି। ଅର୍ଥାତ ପ୍ରତିଦିନ ପାଖାପାଖି ୧୦୦ ଜଣଙ୍କ ମୃତ୍ୟୁ ହୃଦଘାତ ବା ହାର୍ଟ ଆଟାକରେ ଘଟିଛି।

ଆରଟିଆଇ ତଥ୍ୟ ମୁତାବକ, କରୋନା ମହାମାରୀ ଆସିବା ପୂର୍ବରୁ କ୍ୟାନ୍ସର ସବୁଠୁ ଅଧିକ ଘାତକ ରୋଗ ଥିଲା। କ୍ୟାନ୍ସର କାରଣରୁ ମୁମ୍ବାଇରେ ୨୦୧୮ରେ ୧୦ ହଜାର ୭୩ ଏବଂ ୨୦୧୯ରେ ୯ ହଜାର ୯୫୮ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହି ପରି ୨୦୨୦ରେ ୮ ହଜାର ୫୭୬ ଏବଂ ୨୦୨୧ରେ ଜାନୁଆରୀରୁ ଜୁନ ମଧ୍ୟରେ ୬ ହଜାର ୮୬୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଅର୍ଥାତ ସଂପ୍ରତି ସବୁଠୁ ଘାତକ ପାଲଟିଛି ହୃଦଘାତ। କରୋନା ଏବଂ କ୍ୟାନ୍ସର ଅପେକ୍ଷା ମୁମ୍ବାଇରେ ହୃଦଘାତରେ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି।

Get real time updates directly on you device, subscribe now.