ନୂଆଦିଲ୍ଲୀ: ଏଣିକି ରାସନ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ନଗଦ ରାଶି ମିଳିବ। ଭାରତ ସରକାରଙ୍କ ଏହି ନୂଆ ଯୋଜନାରେ ଯଦି ଆବେଦନ କରିନାହାନ୍ତି ତେବେ ତୁରନ୍ତ ଆବେଦନ ପ୍ରକ୍ରିୟାରେ ଭାଗ ନିଅନ୍ତୁ। ବର୍ତ୍ତମାନ ଭାରତ ସରକାର ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ରାସନ ସହ ମାସିକ ୧୦୦୦ ଟଙ୍କା ପ୍ରଦାନ କରାଯିବ। ତେବେ ଯେଉଁ ନାଗରିକମାନେ ରାସନ କାର୍ଡଧାରୀ ସେମାନେ ଏହି ଯୋଜନାରେ ଆବେଦନ କରିପାରିବେ। ଆସନ୍ତୁ ଜାଣିବା ଏହି ବିଷୟରେ..
ବର୍ତ୍ତମାନ ସାରା ଦେଶରେ ଅନେକ ରାସନ କାର୍ଡର ଇ-କେୱାଇସି ପ୍ରକ୍ରିୟା ପୂରଣ ହୋଇନାହିଁ। ଏଥିପାଇଁ ଭାରତ ସରକାର ଏହି ନୂଆ ଯୋଜନା ଅନୁଯାୟୀ, ଇ-କେୱାଇସି ପ୍ରକ୍ରିୟା ପୂରଣ କରିବାକୁ ଯାଉଛନ୍ତି। ଏହି ଯୋଜନା ମାଧ୍ୟମରେ ଇ-କେୱାଇସି ସହ ଆର୍ଥିକ ରୂପରେ ଦୁର୍ବଳ ଥିବା ପରିବାରମାନଙ୍କୁ ଜୀବନ-ସ୍ତରରେ ସୁଧାର ଆଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଠାରେ ଆର୍ଥିକ ଭାବେ ଦୁର୍ବଳ ଥିବା ପରିବାରକୁ ମାସିକ ୧୦୦୦ ଟଙ୍କା ଦିଆଯାଇ, ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରୟାସ କରାଯିବ।
ନୂଆ ବର୍ଷ ଜାନୁଆରୀ ମାସରୁ ଏହି ଯୋଜନା ଲାଗୁ କରାଯିବ। ଏଥିପାଇଁ ଯେଉଁ ଲୋକେ ଏପର୍ଯ୍ୟନ୍ତ ଇ-କେୱାଇସି ଆବେଦନ ପ୍ରକ୍ରିୟାରେ ଭାଗ ନେଇନାହାନ୍ତି, ସେମାନେ ଖୁବଶୀଘ୍ର ଆବେଦନ କରନ୍ତୁ। ଏଥିପାଇଁ ଡିସେମ୍ବର ୩୦, ୨୦୨୪ ତାରିଖକୁ ଆବେଦନ ପାଇଁ ଶେଷ ତାରିଖ ଭାବେ ରଖାଯାଇଛି। ଯେଉଁମାନେ ଏହି ଅବଧି ମଧ୍ୟରେ ଇ-କେୱାଇସି ଆବେଦନ ନ କରନ୍ତି, ସେମାନେ ନୂଆ ବର୍ଷରୁ ରାସନ ନେବାରୁ ବଞ୍ଚିତ ହେବେ।