fbpx

୧୦୪ ଜୀବନ ନେଲା ସ୍ୱାଇନ ଫ୍ଲୁ: ସଂକ୍ରମଣକୁ ଦେଖି ପ୍ରତିବନ୍ଧକ ଲଗାଇଲା ପ୍ରଶାସନ

ଲକ୍ଷ୍ନୌ: ସାରା ଦେଶରେ ଗୋଟିଏ ପରେ ଗୋଟିଏ ସଂକ୍ରାମକ ରୋଗ ଯୋଗୁଁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ମାହାମାରୀରେ ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ଦେଶରେ ମଙ୍କିପକ୍ସ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଲେଣି । ଏହାପରେ ସ୍ୱାଇନ ଫ୍ଲୁ ଆଉ ଏକ ଚିନ୍ତାର କାରଣ ପାଲଟିଛି । ଦେଶର ଏକ ସହରରେ ଏହି ରୋଗରେ ୧୦୦ରୁ ଅଦିକ ଜୀବନ ଯାଇଥିବା ରେକର୍ଡ କରାଯାଇଛି । ଏହାପରେ ଜିଲ୍ଲାପାଳ ଏ ନେଇ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ସତର୍କତାମୂଳକ ପଦକ୍ଷେପ ଭାବରେ ଘୁଷୁରି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦ୍ରବ୍ୟ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ ୧୦୦ ରୁ ଅଧିକ ଘୁଷୁରିଙ୍କ ମୃତ୍ୟୁ ପରେ ଏପରି ପ୍ରତିବନ୍ଧକ ଲଗାଇଛନ୍ତି ଲକ୍ଷ୍ନୌ ଜିଲ୍ଲା ମାଜିଷ୍ଟ୍ରେଟ । ଏହି ଘୁଷୁରିଙ୍କ ମୃତ୍ୟୁ ପରେ ସେମାନଙ୍କ ନମୁନା ଭୋପାଳ ପଠାଯାଇଥିଲା । ସେଠାରୁ ରିପୋର୍ଟ ଆସିବା ପରେ ସେମାନଙ୍କ ଠାରେ ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ଭାଇରସ ଚିହ୍ନଟ ହୋଇଛି । ଯାହା ଫଳରେ ରାଜ୍ୟବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

କରୋନା ମହାମାରୀ ମଧ୍ୟରେ ବର୍ତ୍ତମାନ ସ୍ୱାଇନ୍ ଫ୍ଲୁ ଉତ୍ତରପ୍ରଦେଶ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଘୁଷୁରିଙ୍କୁ ଜ୍ୱର ଆରମ୍ଭ ହେବା ପରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠାରୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତେ ଚିନ୍ତିତ ଅଛନ୍ତି । ତେବେ ବର୍ତ୍ତମାନ ସତର୍କତା ମୂଳକ ପଦକ୍ଷେପ ଭାବରେ ସହରରେ ଘୁଷୁରୀ ମାଂସ ଓ ସେମାନଙ୍କ ସମ୍ବନ୍ଧୀୟ ଦ୍ରବ୍ୟ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଭୋପାଳ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ପଶୁ ରୋଗ, ଆନନ୍ଦ ନଗରରେ ୧୦୪ ଘୁଷୁରିଙ୍କର ମୃତ୍ୟୁ ହେବା ପରେ ଏହି ପ୍ରତିବନ୍ଧକ ଲଗାଇଛନ୍ତି ଭୋପାଲ ଡିଏମ୍ ସୂର୍ଯ୍ୟପାଲ ଗାଙ୍ଗୱାର ।

ଏହାବ୍ୟତୀତ ମହାନଗର ନିଗମ ଓ ପଶୁପାଳନ ବିଭାଗକୁ ନିର୍ଦ୍ଦେଶ ଦିଆଯିବା ସହ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିବାକୁ କୁହାଯାଇଛି ।

ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ କ’ଣ?

ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ହେଉଛି ଏକ ଅତ୍ୟଧିକ ସଂକ୍ରାମକ ପ୍ରାଣୀ ରୋଗ । ଯାହା ମୁଖ୍ୟତଃ ଘରୋଇ ଓ ବଣୁଆ ଘୁଷୁରିଙ୍କୁ ସଂକ୍ରମଣ କରେ । ଏହା ଫଳରେ ଘୁଷୁରିମାନଙ୍କର ଜ୍ୱର ହେବା ସହିତ ଉଚ୍ଚ ରକ୍ତସ୍ରାବ ମଧ୍ୟ ହୋଇଥାଏ । ଏହି ଫ୍ଲୁ ପ୍ରଥମେ ୧୯୨୦ ମସିହାରେ ଆଫ୍ରିକାରେ ଦେଖିବାକୁ ମିଳିଥିଲା । ଯାହାର ମୃତ୍ୟୁ ହାର ପ୍ରାୟ ୧୦୦ ପ୍ରତିଶତ ରହିଛି । ତେବେ ସବୁଠୁ ଚିନ୍ତାର ବିଷୟ ହେଉଛି ଯେ ଏହି ରୋଗ ପାଇଁ କୌଣସି ବିକଳ୍ପ ଉପାୟ ନାହିଁ । ଏପରି ସ୍ଥିତିରେ ସଂକ୍ରମଣକୁ ରୋକିବାକୁ ହେଲେ ପଶୁମାନଙ୍କୁ ମାରିବାକୁ ପଡିଥାଏ ।

Get real time updates directly on you device, subscribe now.