ଜର୍ଜିଆ: ଜର୍ଜିଆର ଗୁଡ଼ାଉରିସ୍ଥିତ ଏକ ରିଜୋର୍ଟର ରେଷ୍ଟୁରାଣ୍ଟରେ ବଡ଼ ଅଘଟଣ ଘଟିଛି । ଯେଉଁ କାରଣରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ଥିବା ସୂଚନା ମିଳିଛି । ରିପୋର୍ଟ ମୁତାବକ ସେମାନଙ୍କ ମୃତ୍ୟୁର କାରଣ କାର୍ବନ ମନୋକ୍ସାଇଡ୍ । ମୃତକଙ୍କ ଶରୀରରେ କୌଣସି ପ୍ରକାର କ୍ଷତଚିନ୍ତ ନାହିଁ । ଏଥିସହ ଘଟଣାସ୍ଥଳରେ କୌଣସି ପ୍ରକାର ହିଂସା ଘଟିଥିବାର ମଧ୍ୟ କୌଣସି ସୂଚନା ନ ଥିବା କହିଛିି ଜର୍ଜିଆର ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ ।
ମୃତକମାନେ ରିଜୋର୍ଟ ବେଡ ରୁମର ଫ୍ଲୋରରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମୃତକଙ୍କ ମଧ୍ୟରେ ଥିବା କିଛି ଲୋକ ରେଷ୍ଟୁରାଣ୍ଟରେ ଚାକିରି କରିଥିବା ମନ୍ତ୍ରଣାଳୟ କହିଛି । ବେଡରୁମକୁ ଲାଗି ରଖାଯାଇଥିବା ପାୱାର ଜେନେରେଟରରୁ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣାର ଯାଞ୍ଚ ଜାରି ରହିଛି ।