ନବରଙ୍ଗପୁର, ୨୨ା୧ (ଓଡିଶା ଭାସ୍କର): ପୁଣି ସୁନାଗହଣା ଲୁଟ୍ ହୋଇଛି । କିଛିଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଘରୁ ଡକାୟତମାନେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିଥିଲେ । ଆଜି ନବରଙ୍ଗପୁରରୁ ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।
ନବରଙ୍ଗପୁର ଜିଲ୍ଲାର ଭାର୍ଷୁଣ୍ଡିଠାରେ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଏହି ଲୁଟ୍ ହୋଇଛି । ମହୁଭଟା ଅଞ୍ଚଳର ଜଣେ ସୁନା ବ୍ୟବସାୟୀ ଆଶାରାମ ଗଣ୍ଡଙ୍କଠାରୁ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି । ପୋଲିସ ପକ୍ଷରୁ ଏନେଇ ତନାଘନା ଜାରି ରହିଛି ।