fbpx

ସ୍ପା ସେଣ୍ଟର ନାଁରେ ଚାଲିଛି ସେକ୍ସ ରାକେଟ: ଚଢାଉ କରି ୧୨ ଜଣଙ୍କୁ ଗିରଫ କଲା ପୋଲିସ, ୧୧ ମହିଳା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଆନନ୍ଦ ବିହାର ନିକଟସ୍ଥ କ୍ରସ ରିବର ମଲର ଏକ ସ୍ପା ଏବଂ ମସାଜ ସେଣ୍ଟରରେ ପୋଲିସ ଚଢାଉ କରିଛି । ଏହି ଚଢାଉରେ ସ୍ପା ସେଣ୍ଟର ନାଁରେ ଚାଲୁଥିବା ଏକ ସେକ୍ସ ରାକେଟକୁ ଠାବ କରିଛି ପୋଲିସ । ତେେ ରାକେଟରେ ସମ୍ପୃକ୍ତ ୧୧ ଜଣ ମହିଳାଙ୍କ ସମେତ ୧୨ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ସ୍ପା ସେଣ୍ଟରର ମାଲିକ ସୁନୀଲ କତ୍ୟାଲକୁ ପଚରାଉଚରା କରିବା ସହ ମାମଲାର ତଦନ୍ତ ଜାରି ରଖିଛି ପୋଲିସ ।

ଏହି ସ୍ପା ସେଣ୍ଟରରେ ସେକ୍ସ ରାକେଟ ଚାଲିଥିବା ନେଇ ଶନିବାର ଖବର ପାଇଥିଲା ସ୍ପେଶାଲ ଷ୍ଟାଫ ଟିମ । ଏହାପରେ ଘଟଣାସ୍ଥଳରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ପହଞ୍ଚିଥିଲା ରଚିଥିଲା ଚକ୍ରବ୍ୟୁହ । ଗ୍ରାହକ ବେଶରେ ପୋଲିସ କର୍ମୀ ସୁନୀଲ ସହ ସାକ୍ଷାତ କରିବାରୁ ପ୍ରକୃତ ଘଟଣା ସାମନାକୁ ଆସିଥିଲା । ଏହାପରେ ସମସ୍ତଙ୍କୁ ଯୋଜନା ଅନୁସାରେ ଗିରଫ କରିି ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ଶାହଦରା ଡିସିପି ଆର ସତ୍ୟ ସୁନ୍ଦରମ ।

ସେକ୍ସ ରାକେଟରେ ସମ୍ପୃକ୍ତ ୧୧ ମହିଳା ଏବଂ ମାଲିକ ସୁନୀଲକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ସୁନୀଲ ସ୍ଥାନୀୟ ଗୀତା କଲୋନୀର ବୋଲି ଜଣାପଡିଛି । ଏହି ମଲରେ ବେଆଇନ ଭାବେ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ ହେବା ପରେ ସମସ୍ତଙ୍କୁ ପୋଲିସ ଗିରଫ କରିଛି ।

Get real time updates directly on you device, subscribe now.