ଭୁବନେଶ୍ୱର: ବିଧାନସଭାରୁ ୧୨ କଂଗ୍ରେସ ବିଧାୟକ ନିଲମ୍ବିତ । ୭ ଦିନ ପାଇଁ ନିଲମ୍ବିତ ହେଲେ କଂଗ୍ରେସ ବିଧାୟକ ।
ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ । କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨ ଜଣ ନିଲମ୍ବିତ ହୋଇଥିବା ସୂଚନା ।
ନିଲମ୍ବିତ ବିଧାୟକ ମାନେ ହେଲେ ରାମଚନ୍ଦ୍ର କାଡାମ, ସିଏସ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ୍ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖୁଲ, ପବିତ୍ର ସାଉନ୍ତା, କାଡାକା ଆପାଲାସ୍ୱାମୀ,ନୀଳମାଧବ ହିକ୍କା ଏବଂ ସୋଫିଆ ଫିର୍ଦ୍ଦୋସ ।
ଏବେ କଂଗ୍ରେସର ମାତ୍ର ୨ ବିଧାୟକ ବିଧାନସଭା ଯିବେ । ବାକି ୧୨ ଜଣଙ୍କୁ ୭ ଦିନ ପାଇଁ ନିଲମ୍ବନ କରାଯାଇଛି ।
ପୂର୍ବରୁ କଂଗ୍ରେସ ନେତା ତାରା ବାହିନୀଙ୍କୁ ୭ ଦିନ ପାଇଁ ବାଚସ୍ପତି ବିଧାନସଭାରୁ ନିଲମ୍ବନ କରିଥିଲେ ।
କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ ବିଧାନସଭାକୁ ୧୦ ମିନିଟ ପର୍ଯ୍ୟନ୍ତ ମୁଲବତି ଘୋଷଣା କରାଯାଇଛି ।