fbpx

ବାପା ହାତ ଧରି ଥିବା ବେଳେ ଟାଣି ନେଇ ଫେରାର ହୋଇଥିଲେ ଦୁର୍ବୃତ୍ତ, ପୋଲିସ କଲା ଶିଶୁପୁତ୍ରର ଉଦ୍ଧାର

ନୂଆପଡା: ବଲାଙ୍ଗୀରରୁ ଅପହୃତ ଶିଶୁ ପୁତ୍ର ହାଇଦ୍ରାବାଦରୁ ଉଦ୍ଧାର ହୋଇଛି । ନୂଆପଡାର ଶିଶୁପୁତ୍ରକୁ ବଲାଙ୍ଗୀରରୁ ଅପହରଣ କରି ହାଇଦ୍ରାବାଦ ନିଆଯାଇଥିବା ବେଳେ ଓଡିଶା ପୋଲିସ ପିଲାଟିକୁ ସକୁଶଳ ଉଦ୍ଧାର କରିବାରେ ସଫଳ ହୋଇଛି । ଏଥିସହ ଏହି ଅପରାଧରେ ଜଡିତଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ।

ସୂୂଚନା ମୁତାବକ, ନୂଆପଡା କୋମନା ଥାନା ଅଞ୍ଚଳର ଜନୈକ ବ୍ୟକ୍ତି ନିଜ ଛୋଟ ପୁଅକୁ ସାଙ୍ଗରେ ନେଇ ଗତ ୨୯ ତାରିଖରେ କୌଣସି କାମରେ ବଲାଙ୍ଗୀର ଯାଇଥିଲେ । ବାପାଙ୍କ ହାତରୁ ପିଲାଟି କେମିତି ଖସିଯାଇଥିଲା । କିଛି ସମୟରେ ସେ ଏହା ଅନୁଭବ କରି ପୁଅକୁ ଖୋଜନ୍ତି ତ ପୁଅ ଆଖ ପାଖରେ କେଉଁଠି ନାହିଁ । ଅନେକ ଖୋଜାଖୋଜି କରିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପିଲାଟିକୁ ଖୋଜିବାକୁ ବହୁ କସରତ କରିବା ପରେ ହାଇଦ୍ରାବାଦରୁ ଶିଶୁ ପୁତ୍ରକୁ ୧୨ ଦିନ ପରେ ଉଦ୍ଧାର କରାଯାଇଛି ।

ଏହି ଅପରାଧରେ ଜଣେ ମହିଳା ଓ ଜଣେ ପୁରୁଷ ସଂଶ୍ଲିଷ୍ଟ ଥିଲେ । ସେମାନେ, ପିଲାଟିକୁ ବାପା ହାତରୁ ଛଡାଇ ନେଇ ସେଠାରୁ ଉଭାନ ହୋଇଯାଇଥିଲେ । ତା ପରେ ବଲାଙ୍ଗୀରରୁ ହାଇଦ୍ରାବାଦ ଚାଲିଯାଇଥିଲେ । ପୋଲିସ ଏହି ଦୁଇ ଜଣଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.