fbpx

ପୋଲିସ ଏନକାଉଣ୍ଟରରେ ୧୨ ନକ୍ସଲ ଢେର: ଜାମ୍ମୁ ଆକ୍ରମଣର ପ୍ରତିଶୋଧ ମହାରାଷ୍ଟ୍ରରେ ନେଲା ଭାରତ

ନୂଆଦିଲ୍ଲୀ: ଜାମ୍ମୁରେ ବାରମ୍ବାର ଆତଙ୍କୀ ଆକ୍ରମଣ ଜାରି ରହିଛି । ତେଣୁ ଭାରତର ପାଲଟା ଜବାବକୁ ସାରା ଦେଶ ଅପେକ୍ଷା କରିଥିଲା । ତେବେ ଜାମ୍ମୁରେ ସହିଦ ହୋଇଥିବା ଯବାନଙ୍କ ପ୍ରତିଶୋଧ ନେଇଛି ସୁରକ୍ଷାକର୍ମୀ । ମହାରାଷ୍ଟ୍ରର ଗଢ଼ଚିରୋଲୀରେ ବୁଧବାର ପୋଲିସ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳିକାଣ୍ଡରେ ୧୨ ଜଣ ନକ୍ସଲଙ୍କୁ ମୃତ୍ୟୁଦଣ୍ଡ ଦେଇଛି ପୋଲିସ । ଏହାସହିତ ଜାମ୍ମୁରେ ସହିଦ ହୋଇଥିବା ସମସ୍ତ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଭାରତୀୟ ସୁରକ୍ଷାକର୍ମୀ । ତେବେ ନକ୍ସଲଙ୍କ ପାଖରୁ ଅନେକ ମାରଣାସ୍ତ୍ର ଜବତ କରାଯାଇଛି ।

ସୂଚନା ଅନୁସାରେ, ୧୨-୧୫ ନକ୍ସଲମାନେ ଗାଁ ନିକଟରେ କ୍ୟାମ୍ପ କରୁଥିବା ସୂଚନା ମିଳିଥିଲା । ଏହାପରେ ଗଡଚିରୋଲିରୁ ଏକ ଅପରେସନ୍ ଆରମ୍ଭ କରାଯାଇଥିଲା । ଏଥିରେ ଡେପୁଟି ଏସପି ଅପ୍ସଙ୍କ ନେତୃତ୍ୱରେ ୭ ଟି C60 ଦଳ ଛତିଶଗଡ ସୀମା ନିକଟ ଭାଣ୍ଡୋଲି ଗ୍ରାମକୁ ପଠାଯାଇଥିଲା । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲ ତରଫରୁ ଗୁଳିକାଣ୍ଡ ଆରମ୍ଭ ହୋଇଥିଲା । ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା । ତେବେ ଏହାପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚିଙ୍ଗ କରିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୨ ନକ୍ସଲବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାବ୍ୟତୀତ ବର୍ତ୍ତମାନ ସୁଦ୍ଧା ମୋଟ ୩ଟି AK47, ୨ଟି ଇନ୍ସାସ, ୧ କାର୍ବାଇନ୍, ୧ SLR ସହିତ ୭ଟି ଅଟୋମୋଟିଭ ହତିଆର ଜବତ ହୋଇଛି ।

ମୃତ ନକ୍ସଲମାନଙ୍କ ମଧ୍ୟରୁ ଜଣେ ଟିପାଗଡ ଡାଲାମର DVCM ଲକ୍ଷ୍ମଣ ଆତ୍ରାମ(ବିଶାଲ ଆତ୍ରାମ) ବୋଲି ଜଣାପଡିଛି। ଏଠାରେ, C60 ର PSI ଏବଂ ଜଣେ ଯବାନ ଆହତ ହୋଇ ଥିବା ବେଳେ ବର୍ତ୍ତମାନ ସେ ବିପଦମୁକ୍ତ ରହିଛନ୍ତି । ତେବେ ତାଙ୍କୁ ଚିକିତ୍ସା ପାଇଁ ନାଗପୁର ପଠାଯାଇଛି। ଏହି ସବୁଠୁ ବଡ ଅପରେସନ୍ ପାଇଁ ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ର ସରକାରଙ୍କ ତରଫରୁ C60 କମାଣ୍ଡୋ ଦଳକୁ ୫୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

Get real time updates directly on you device, subscribe now.