fbpx

ଗାଧୋଇବା ବେଳେ ବୁଡ଼ିଗଲେ ଗୋଟିଏ ପରିବାରର ୧୨ ସଦସ୍ୟ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟିଛି । ପ୍ରସିଦ୍ଧ ଗୁପ୍ତାର ଘାଟରେ ଥିବା ସରୟୁ ନଦୀରେ ଗାଧୋଇବା ବେଳେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ବୁଡ଼ି ଯାଇଛନ୍ତି । ଜଣାପଡିଛି ଯେ, ଆଗ୍ରାରୁ ୪ ପରିବାରର ୧୫ ଜଣ ସଦସ୍ୟ ଅଯୋଧ୍ୟାଧାମ ବୁଲିଆସିଥିଲେ । କିନ୍ତୁ ଗୁପ୍ତାର ଘାଟର ସରୟୁ ନଦୀରେ ଅଚାନକ୍ ବୁଡ଼ି ଯାଇଥିଲେ । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ସାମିଲ ଅଛନ୍ତି । କିନ୍ତୁ ସୌଭାଗ୍ୟବଶତଃ ୩ ଜଣ ବଞ୍ଚିଯାଇଛନ୍ତି ।

ବୁଡ଼ିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି । ଟିମ୍ ଦ୍ୱାରା ୨ ପିଲାଙ୍କୁ ଉଦ୍ଧାର କରାଯାଇଛି । ଏବେ ଆଉ ୧୦ ଜଣଙ୍କୁ ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଘଟଣାସ୍ଥଳରେ ଅଧିକାରୀଙ୍କୁ ପହଞ୍ଚିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପରିବାରର ଜଣେ ସଦସ୍ୟ ସତୀଶ କହିଛନ୍ତି ଯେ, ‘୪ ପରିବାରର ସଦସ୍ୟ ୨ଟି ଗାଡିରେ ଆଗ୍ରାରୁ ଆସିଥିଲେ । ସମସ୍ତ ସଦସ୍ୟ ମନ୍ଦିର ଦର୍ଶନ କରିବା ପରେ ଘାଟରେ ବସିଥିଲେ । ବର୍ଷା କାରଣରୁ ପାଦ ଖସୁଥିଲା, ଫଳରେ ଜଣଙ୍କ ପରେ ଜଣେ ପାଣିରେ ପଡ଼ିଥିଲେ ।’

Get real time updates directly on you device, subscribe now.