fbpx

ଏବେ ବି ୧୨ ରାଜ୍ୟ ପେଟ୍ରୋଲ-ଡିଜେଲ୍ ଉପରୁ ଭାଟ୍ କମାଇବାକୁ ପ୍ରସ୍ତୁତ ନାହାନ୍ତି, ଦର୍ଶାଉଛନ୍ତି ଏମିତି କାରଣ

ନୂଆଦିଲ୍ଲୀ : ନିକଟରେ ସଂପନ୍ନ ଉପ ନିର୍ବାଚନରେ ଝଟକା ଲାଗିବା ପରେ କେନ୍ଦ୍ର ସରକାର ତୈଳ ଦର ଉପରୁ ଉତ୍ପାଦ ଶୁଳ୍କ କମ କରିବାକୁ ବାଧ୍ୟ ହୋଇଛନ୍ତି । ଏହା ପରେ ଅନେକ ରାଜ୍ୟ ସରକାର ମଧ୍ୟ ଭାଟ୍ କମାଇଛନ୍ତି । ଫଳରେ ଜୁଲାଇ ମାସ ପରେ ପ୍ରଥମ ଥର ୧୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ତଳେ ବିକ୍ରି ହେଉଛି ।

ଏବେ ବିଜେପି ଏବଂ ଏହାର ସହଯୋଗୀ ଦଳର ସରକାର ୧୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭାଟ୍ କମ କରି ପେଟ୍ରୋଲ ଓ ଡିଜେଲ୍ ଉପରେ ଜନତାଙ୍କୁ ବହୁତ ବଡ ଆଶ୍ୱସ୍ତି ଦେଇଛନ୍ତି । ଫଳରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୧୦୦ ଟଙ୍କା ତଳେ ରହିଛି । ଏଥିରେ ଓଡିଶା, କର୍ଣ୍ଣାଟକ, ବିହାର , ମଧ୍ୟ ପ୍ରଦେଶ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସାମିଲ୍ ନୁହେଁ । ଏହି ସବୁ ରାଜ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଟ୍ୟାକ୍ସ ହ୍ରାସ ପରେ ମଧ୍ୟ ପେଟ୍ରୋଲ ଦାମ ୧୦୦ ଟଙ୍କା ଉପରେ ରହିଛି ।

ଦୀପାବଳି ଅବସରରେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ୍ ଲିଟର ପ୍ରତି ୧୦ ଟଙ୍କା ଉତ୍ପାଦ ଶୁଳ୍କ କମ କରିଥିଲେ । ପେଟ୍ରୋଲ ଓ ଡିଜେଲ ଦାମର ମାମୁଲି ହ୍ରାସ ନେଇ ରାଜନୀତି ମଧ୍ୟ ସରଗରମ ହୋଇ ଉଠିଛି । ଦେଶର ୧୬ ରାଜ୍ୟ ଓ ୭ କେନ୍ଦ୍ର ଶାସିତ ଅଞ୍ଚଳରେ ଭାଟ୍ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପଟେ ୧୨ ରାଜ୍ୟ ଓ ୧ କେନ୍ଦ୍ର ଶାସିତ ଅଞ୍ଚଳ ତୈଳ ଦର କମ କରିବାକୁ ପ୍ରସ୍ତୁତ ନାହାନ୍ତି । କାରଣ ଏମିତି କଲେ ସେମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିବ ।

ଯେଉଁ ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ଭାଟ୍ ଉପରେ କୌଣସି ହ୍ରାସ କରି ନାହାନ୍ତି ସେଥିରେ ମହା ବିକାଶ ଅଘାଡି ମେଣ୍ଟ ଶାସିତ ମହାରାଷ୍ଟ୍ର, ଆପ୍ ଶାସିତ ଦିଲ୍ଲୀ, ଟିଏମସି ଶାସିତ ପଶ୍ଚିମବଙ୍ଗ, ଡିଏମକେ ଶାସିତ ତାମିଲନାଡୁ, ଟିଆରଏସ ଶାସିତ ତେଲଙ୍ଗାନା, ୱାଇଏସଆରସିପି ଶାସିତ ଆନ୍ଧ୍ର ପ୍ରଦେଶ, ଏନସିପି ଶାସିତ କେରଳ, ମେଘାଳୟ, ଜେଏମଏମ-କଂଗ୍ରେସ ମେଣ୍ଟ ଶାସିତ ଝାଡଖଣ୍ଡ, କଂଗ୍ରେସ ଶାସିତ ଛତିଶଗଡ, ପଞ୍ଜାବ, ରାଜସ୍ଥାନ ଓ ଆଣ୍ଡାମାନ ନିକୋବର ।

ଓଡିଶା ଏକ ମାତ୍ର ଏମିତି ରାଜ୍ୟ ଯେଉଁଠି ଅଣ ଏନଡିଏ ବିଜେଡି ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ୩ ଟଙ୍କା ଭାଟ୍  କମ କରିଛନ୍ତି । ସେହି ପରି ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ହରିୟାଣା, ଆସାମ, ଚଣ୍ଡିଗଡ, ଗୋଆ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ସିକ୍କିମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଓ ପୁଡୁଚେରୀରେ ପେଟ୍ରୋଲ ୧୦୦ ଟଙ୍କା ତଳେ ବିକ୍ରି ହେଉଛି ।

Get real time updates directly on you device, subscribe now.