ଇତିହାସ ରଚିଲେ ଅଭିମନ୍ୟୁ ମିଶ୍ର, ୧୨ ବର୍ଷ ବୟସରେ ଭାଙ୍ଗିଲେ ୧୯ ବର୍ଷର ପୁରୁଣା ରେକର୍ଡ

ନୂଆଦିଲ୍ଲୀ: ୧୨ ବର୍ଷ ବୟସରେ ଚେସରେ ବିଶ୍ୱର ସବୁଠୁ କନିଷ୍ଠ ଗ୍ରାଣ୍ଡ ମାଷ୍ଟର ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଭିମନ୍ୟୁ ମିଶ୍ର । ଏହା ପୂର୍ବରୁ ଏହି ରେକର୍ଡ ଋଷର ସର୍ଜେଇ କର୍ଜାକିନଙ୍କ ନାମରେ ଥିଲା । ସର୍ଜେଇ କର୍ଜାକିନ ୨୦୦୨ ରେ ଗ୍ରାଣ୍ଡ ମାଷ୍ଟର ହୋଇଥିଲେ । ସେତେବେଳେ ତାଙ୍କୁ ମଧ୍ୟ ୧୨ ବର୍ଷ ହୋଇଥିଲା । ତେବେ ଦୀର୍ଘ ୧୯ ବର୍ଷ ପରେ ତାଙ୍କର ଏହି ରେକର୍ଡକୁ ଭାଙ୍ଗିଛନ୍ତି ଅଭିମନ୍ୟୁ, ଆଉ ବନିଯାଇଛନ୍ତି ବିଶ୍ୱର ସର୍ବ କନିଷ୍ଠ ଚେସ ଗ୍ରାଣ୍ଡ ମାଷ୍ଟର ।

ଅଭିମନ୍ୟୁ ବୁଧାପେଷ୍ଟଠାରେ ଆୟୋଜିତ ଗ୍ରାଣ୍ଡମାଷ୍ଟର ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଗ୍ରାଣ୍ଡ ମାଷ୍ଟର ଲିୟାନ ମେନଡୋକାଙ୍କୁ ହରାଇ ଏହି ଉପଲବ୍ଧି ହାସଲ କରିଛନ୍ତି । ଅଭିମନ୍ୟୁ ସାତବର୍ଷ ବୟସରୁ ନିଜର ଚେସ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ସେ ଧୀରେ ଧୀରେ ଏଥିରେ ପାରଙ୍ଗମ ହୋଇଚାଲିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଜିତିବାକୁ ଲାଗିଲେ । ସେ ୭ ବର୍ଷ ବୟସରେ ହିଁ ୭୦ ବର୍ଷୀୟ ଖେଳାଳିଙ୍କୁ ହରାଇଥିଲେ । ୧୦ ବର୍ଷ ବୟସରେ ସେ ବିଶ୍ୱର ସବୁଠାରୁ ଅନ୍ତର୍ଜାତୀୟ ମାଷ୍ଟର ହେବାର ଉପଲବ୍ଧି ହାସଲ କରିଥିଲେ । ୨୦୧୯ ରେ ସେ ଭାରତର ଆର ପ୍ରାଗନନ୍ଦାଙ୍କ ରେକର୍ଡ ଭାଙ୍ଗିଥିଲେ ।

ତେବେ ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡ ମାଷ୍ଟର ହେବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅଭିମନ୍ତ୍ୟୁ । ସେ ଭାରତ ପାଇଁ ସଫଲତା ହାସଲ କରି ନିଜକୁ ଗୌରବ ଅନୁଭବ କରୁଥିବା କହିିଛନ୍ତି । ଅଭିମନ୍ୟୁ ମିଶ୍ର ୧୨ ବର୍ଷ ୪ମାସ ୨୫ ଦିନ ବୟସରେ ଗ୍ରାଣ୍ଡ ମାଷ୍ଟର ହୋଇଥିଲେ । ଏହା ପୂର୍ବରୁ ଏହି ରେକର୍ଡ ସର୍ଜେଇ କର୍ଜାକିନଙ୍କ ନାମରେ ଥିଲା । କର୍ଜାକିନ ୧୨ ବର୍ଷ ୭ ମାସରେ ଏହି ସଫଳତା ହାସଲ କରିଥିଲେ ।