fbpx

ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଟ୍ରେନ ଆଗକୁ ଡେଇଁଲା ୧୨ ବର୍ଷର ପୁଅ: ଅଟକାଇଦେଲା ବଡ଼ ଦୁର୍ଘଟଣା

ନୂଆଦିଲ୍ଲୀ: ଓଡ଼ିଶା କୋଣାର୍କ ଐତିହ୍ୟ ନିର୍ମାଣରେ ଧର୍ମପଦର ଭୂମିକା ଏବେ ବି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ବାପା ବିଶୁ ମହାରଣାଙ୍କ ସହ ୧୨ ଶହ ବଢେଇଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲା ଧର୍ମପଦ । ଆଜି ପୁଣି ସେହିଭଳି ଜଣେ ୧୨ ବର୍ଷର ବାଳକ ନିଜର ସାହସିକତା ଦେଖାଇ ଶହ ଶହ ଲୋକଙ୍କୁ ମୃତ୍ୟୁମୁଖରୁ ଛଡ଼ାଇ ଆଣିଛି । ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣାର ସାମ୍ନା କରିବା ପୂର୍ବରୁ ରକ୍ଷକ ହୋଇ ଠିଆ ହୋଇଥିଲା ମୁର୍ ସଲିମ୍ ।

ରେଲୱେ ଟ୍ରାକ୍ ତଳ ଧୋଇଯାଇଥିଲା ମାଟି । ଆଉ ସେହି ଟ୍ରାକ ଉପରେ ସୁସୁ ଗର୍ଜନ କରି ଦୃତ ଗତିରେ ମାଡି ଆସୁଥିଲା ଯାତ୍ରୀବାହୀ ଟ୍ରେନ । ହେଲେ ଲୋକୋ ପାଇଲଟଙ୍କୁ ଟିକେ ବି ଜଣା ପଡି ନଥିଲା ସେହି ଟ୍ରାକରେ ଏମିତି ହୋଇଛି ବୋଲି । ଶହ ଶହ ଯାତ୍ରୀଙ୍କ ସହିତ ଆଗକୁ ଆଗକୁ ମାଡି ଚାଲିଥିଲା ଟ୍ରେନ, ଠିକ୍ ସେହି ସମୟରେ ଏସବୁକୁ ଦେଖି ପକାଇ ଥିଲା କୁନି ପୁଅ ମୁର୍ ସଲିମ୍ । ସେହି ସମୟରେ ନିଜ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଯାଇଛି ହଜାର ହଜାର ଯାତ୍ରୀଙ୍କ ଜୀବନ । ବୟସ ମାତ୍ର ୧୨ ବର୍ଷ ହେଲେ ସେହି ବୟସରେ ବି ବଡ ମାନେ ଯାହା ନକରିପାରନ୍ତି ଏ କୁନି ପୁଅ ତାହା କରି ଦେଖାଇଛି । ଯେଉଁଥିପାଇଁ ଆଜି ସମସ୍ତେ ପିଲାଟିର ବୁଦ୍ଧିକୁ ପ୍ରଶଂସା କରିବା ସହିତ ପୁରସ୍କାର ମଧ୍ୟ ଦେଇଛନ୍ତି ।

ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଏକ ସ୍ଥାନରେ ରେଲୱେ ଟ୍ରାକ୍ ତଳୁ ମାଟି ଧୋଇଯାଇଥିଲା । ଏକଥା ସେଠିକାର ୧୨ ବର୍ଷର ପୁଅ ମୁର ସଲିମ୍ ଶେଖ୍ ଆଖିରେ ପଡିଥିଲା । ସେ ତା’ର ଉପସ୍ଥିତ ବୁଦ୍ଧି ଖଟାଇ ନିଜେ ପିନ୍ଧିଥିବା ଲାଲ ରଙ୍ଗର ସାର୍ଟକୁ ଖୋଲି ଟ୍ରେନକୁ ଦେଖାଇଥିଲା । ଏହା ଦେଖି ଲୋକୋ ପାଇଲଟ୍ ସିଗନାଲ ଧରି ନେଇଥିଲା ଏବଂ ଇମରଜେନ୍ସି ବ୍ରେକ୍ ମାରି ଟେନ୍ ରୋକିବାରେ ସଫଳ ହୋଇଥିଲେ । ଫଳରେ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲେ ଶହ ଶହ ଟ୍ରେନ ଯାତ୍ରୀ । ମୁର ସଲିମ ଜଣେ ଶ୍ରମିକଙ୍କ ପୁଅ । ଟ୍ରାକ୍ ନିକଟ ଏକ ବସ୍ତିରେ ରହୁଥିବା ଜଣାପଡିଛି । ଏହି ଘଟଣାରେ ରେଲୱେ ଅଧିକାରୀ ପିଲାଟିର ବୁଦ୍ଧିକୁ ପ୍ରଶଂସା କରିବା ସହ ପିଲାଟିକୁ ଆର୍ôଥକ ପୁରସ୍କାର ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.