ଶନିଦେବ ହେବେ ପ୍ରସନ୍ନ, ୬ଟି ରାଶିରେ କରିବେ ଧନବର୍ଷା

୧୯ ଜୁଲାଇର ଦିନ ଶ୍ରାବଣ ମାସ କୃର୍ଷ୍ଣ ପକ୍ଷର ଅଷ୍ଟମୀ ତିଥି ଦ୍ୱିପ୍ରହର ୨ଟା ୪୧ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହା ପରେ ଦଶମୀ ତିଥି ଲାଗୁ ହେବ। ଭରଣା ନକ୍ଷତ୍ର ରହିବ।

ନୂଆଦିଲ୍ଲୀ: ଆଜି ଶନିବାର ଶନିଦେବ ଏହି ରାଶି ଉପରେ ରହିବେ ପ୍ରସନ୍ନ। ୬ଟି ରାଶି ଉପରେ ଶନିଦେବ ପ୍ରସନ୍ନ ହେବା କରିବେ ଧନ ବର୍ଷା। ଆସନ୍ତୁ ଜାଣିବା ଆଜିର ଦିନର ମହତ୍ୱ ଏବଂ କେଉଁ ରାଶିଙ୍କ ଉପରେ ହେବ ଧନବର୍ଷା।

୧୯ ଜୁଲାଇର ଦିନ ଶ୍ରାବଣ ମାସ କୃର୍ଷ୍ଣ ପକ୍ଷର ଅଷ୍ଟମୀ ତିଥି ଦ୍ୱିପ୍ରହର ୨ଟା ୪୧ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହା ପରେ ଦଶମୀ ତିଥି ଲାଗୁ ହେବ। ଭରଣା ନକ୍ଷତ୍ର ରହିବ। ଆଜି ଶନିବାର ଶନିଦେବଙ୍କ ଦିନ।
ଗ୍ରହ ସ୍ଥିତିରେ ଦେଖିବାକୁ ଗଲେ ଚନ୍ଦ୍ରମା ମେଷ ରାଶିରେ ରହିବ। ସେହିପରି ସୂର୍ଯ୍ୟ ଏବଂ ବୁଧ କର୍କଟ ରାଶିରେ ଏକାଠି ରହି ବୁଧାଦିତ୍ୟର ଯୋଗ ତିଆରି କରିବେ।

ବୃଷ ରାଶିରେ ଶୁକ୍ର ଏବଂ ମିଥୁନ ରାଶିରେ ଗୁରୁ ରହିବେ। ସିଂହ ରାଶିରେ ମଙ୍ଗଳ ଏବଂ କେତୁ ରହିବେ। ଏହି ପ୍ରକାର ଛାୟା ଗ୍ରହରେ ରାହୁ କୁମ୍ଭ ଏବଂ ମୀନ ଉପସ୍ଥିତ ରହିବେ।
ଆସନ୍ତୁ ଜାଣିବା ଜ୍ୟୋତିଷ ଗୁରୁ ସତ୍ୟମ୍ ବିଷ୍ଣୁ ଅବସ୍ତିଙ୍କ ଠାରୁ ୧୯ ତାରିଖ ଅର୍ଥାତ ଶନିବାର ଦିନ କେଉଁ ରାଶି ପାଇଁ କେମିତି କଟିବ କ’ଣ ରହିଛି ରାଶିର ଗ୍ରହ ନକ୍ଷତ୍ର।

ମେଷ ରାଶି: କାର୍ଯ୍ୟସ୍ଥଳରେ ଚାଲିଥିବା ସମସ୍ୟାର ସମାଧାନ ହେବ। ଯଦି ଆପଣ ବାସ୍ତୁ ଅନୁସାରେ କିଛି ବଦଳାଇବାକୁ ଚାହୁଁଛନ୍ତି ଆଜିର ଦିନ ଆପଣଙ୍କ ପାଇଁ ବହୁତ ଶୁଭ ହେବ। ଦୂର ସ୍ଥାନକୁ ବିମାନରେ ବସି ଯାତ୍ରା କରିବାର ଯୋଜନା ବନାଇ ପାରନ୍ତି। ସାମାଜିକ ଏବଂ ଅନ୍ୟର କାର୍ଯ୍ୟ କରିବାରେ ଆଜି କଟିବ ଆପଣଙ୍କ ଦିନ କଟିବ।

ବୃଷ ରାଶି: ବ୍ୟବହାର ଏବଂ କାର୍ଯ୍ୟରେ ଉନ୍ନତି କରିବା ପାଇଁ ରାସ୍ତା ଖୋଲିବ। ଗୋଟିଏ ସମ୍ରରେ ଗୋଟିଏ କାମରେ ଧ୍ୟାନ ଦିଅନ୍ତୁ। ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ଖୁସି ହେବେ। ବିଦ୍ୟୁତ ଉପକରଣ କିଣାକିଣି କରିବାରେ ଆଜି ଭଲ ଦିନ।

ମିଥୁନ ରାଶି: ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ। କାର୍ଯ୍ୟରେ ଉନ୍ନତି ହେବା ସହ ମନ ପ୍ରସନ୍ନ ରହିବ। ଅନେକ କ୍ଷେତ୍ରରୁ ସଫଳତା ମିଳିବ। ପରିବାର ଲୋକଙ୍କ ସାହାର୍ଯ୍ୟ ଏବଂ ସହଯୋଗ ରହିବ। ଜରୁରୀ କାମ ସମୟ ପୂର୍ବରୁ ଶେଷ କରନ୍ତୁ।

କର୍କଟ ରାଶି: ନିଜ ପରିଶ୍ରମ ଅନ୍ୟମାନଙ୍କ ଭଲପାଇବା ଅପାଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଶତ୍ରୁ ଠାରୁ ଦୂରେଇ ରୁହନ୍ତୁ।

ସିଂହ ରାଶି: ଆଇନଗତ ମାମଲାରେ କିଛି ସମସ୍ୟା ଆସିପାରେ। ତେଲ ସହ ଜିଡ଼ତ ବେପାରରେ ଭଲ ଲାଭ ହେବ। ବିଦେଶ ଯାତ୍ରା କରିପାରନ୍ତି। ନୂଆ ବ୍ୟବସାୟ ଆରମ୍ଭ କରିବାରେ ଆଜି ଭଲ ଦିନ।

କନ୍ୟା ରାଶି: ଆଜି ଦିନରେ ଅନେକ ଭୁଲ ଆଜି ସୁଧାରିବେ। ଅନେକ ଦିନରୁ ହେଉନଥିବା କାମ ଆଜି ସଫଳ ହେବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଆଜି ଭେଟ ହୋଇପାରେ।

ତୁଳା ରାଶି: ଚିନ୍ତା ଛାଡ଼ି ସକରାତ୍ମକ ଭାବ। ସବୁ କାମ ସଫଳ ହେବ। ଶତ୍ରୁଙ୍କ ଠାରୁ ହାତେ ମାପି ଚାଖଣ୍ଡେ ଚାଲନ୍ତୁ। କାରଣ ସେମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି। ହନୁମାନଙ୍କ ପୂଜା କରନ୍ତୁ।

ବିଛା ରାଶି: ପଡ଼ୋଶୀମାନଙ୍କ ଝଗଡ଼ା ହୋଇପାରେ। ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆପଣଙ୍କୁ ଡାକ୍ତରଙ୍କୁ ବଦଳାଇବାକୁ ପଡ଼ିପାରେ। ମଜାମସ୍ତିରେ ଟଙ୍କା ଖର୍ଚ୍ଚ ହେବ। ଆପଣଙ୍କୁ ଉପହାର ମିଳିପାରେ ଏବଂ ସାମାଜିକ ସମ୍ପର୍କ ବୃଦ୍ଧି ପାଇବ।

ଧନୁ ରାଶି: ସମୟର ଅନିଶ୍ଚିତତା ସମସ୍ୟା ସୃଷ୍ଟି କରିପାରେ। ପାରିବାରିକ ସମସ୍ୟାର ସମାଧାନ ହେବ। ରଙ୍ଗମଞ୍ଚ ସହିତ ଜଡିତ ବ୍ୟକ୍ତିମାନଙ୍କୁ ସମ୍ମାନ ଦିଆଯିବ। କର୍ମକ୍ଷେତ୍ରରେ ଏକ ସୁଖଦ ପରିବେଶ ରହିବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି।

ମକର ରାଶି: ଅଜଣା ଲୋକଙ୍କୁ ବିଶ୍ୱାସ କରିବାରୁ ବଞ୍ଚନ୍ତୁ। ଆଜି କିଛି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିପାରେ। ଆପଣଙ୍କ ଖାଦ୍ୟପେୟର ବିଶେଷ ଧ୍ୟାନ ଦିଅନ୍ତୁ। ହଠାତ୍ ଖର୍ଚ୍ଚ ଆପଣଙ୍କ ବଜେଟକୁ ପ୍ରଭାବିତ କରିପାରେ। ଅନାବଶ୍ୟକ ବିବାଦକୁ ଏଡାନ୍ତୁ।

କୁମ୍ଭ ରାଶି: ବ୍ୟବସାୟରେ ପ୍ରଗତି ପାଇଁ ସୁଯୋଗ ସୃଷ୍ଟି ହେଉଛି। କାମରେ ପ୍ରତିବନ୍ଧକ ସହଜରେ ଦୂର ହେବ। ଏହି ସମୟ ବାସନକୁସନ ବ୍ୟବସାୟୀଙ୍କ ପାଇଁ ଅନୁକୂଳ। ଦାନଶୀଳ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତୁ।

ମୀନ ରାଶି: ଧର୍ଯ୍ୟ ରଖନ୍ତୁ, ଶୀଘ୍ରତା କ୍ଷତିର କାରଣ ହୋଇପାରେ। ଆଇନଗତ ମାମଲାରେ ଦ୍ୱନ୍ଦ୍ୱ ହୋଇପାରେ। ଛୋଟମୋଟ ପ୍ରସଙ୍ଗରେ ବିବାଦ ହୋଇପାରେ। ଭାଇଭଉଣୀଙ୍କ ସହିତ ସମୟ ବିତାଇବା ଦ୍ୱାରା ଖୁସି ମିଳିବ।