fbpx

PM Kisan Yojnaରେ ମିଳିବ ୧୨,୦୦୦ ଟଙ୍କା! କ’ଣ ରହିଛି କେନ୍ଦ୍ର ସରକାରଙ୍କ ଯୋଜନା?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ଯୋଜନାର ହିତାଧିକାରୀ ମାନଙ୍କ ପାଇଁ ସରକାର ଆଣିଛନ୍ତି ବଡ଼ ଖୁସି ଖବର । ଏଣିକି କୃଷକମାନଙ୍କୁ ଏହି ଯୋଜନାରେ ମିଳିପାରେ ଅଧିକ ଟଙ୍କା । ବାର୍ଷିକ ୬,୦୦୦ ଟଙ୍କା ପରିବର୍ତ୍ତେ ଅଧିକ ଟଙ୍କା ପାଇପାରନ୍ତି ଯୋଗ୍ୟ ହିତାଧିକାରୀ । ଏ ନେଇ ସରକାରଙ୍କ ଯୋଜନା ସମ୍ପର୍କରେ କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ସଂସଦରେ ସୂଚନା ଦେଇଛନ୍ତି । ଲୋକସଭାରେ ଏକ ଲିଖିତ ଉତ୍ତରରେ ମହିଳା କୃଷକଙ୍କ ପାଇଁ ଏହି ଯୋଜନାରେ ରାଶି ବୃଦ୍ଧିକୁ ନେଇ ସେ ସ୍ପଷ୍ଟ କରିଛନ୍ତି ।

୨୦୧୯ ମସିହାରେ ଆରମ୍ଭ ହୋଇଥିବା ପିଏମ କିସାନ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ତେବେ ଆଗକୁ ଏହି ଯୋଜନାର ରାଶି ବୃଦ୍ଧି କରିବାକୁ ନେଇ ସରକାରଙ୍କ ଯୋଜନା ଉପରେ ଲୋକସଭା ସଂସଦରେ ପ୍ରଶ୍ନ କରାଯାଇଥିଲା । ସରକାର ଏଣିକି କୃଷକଙ୍କୁ ବାର୍ଷିକ ୮୦୦୦-୧୨୦୦୦ ଟଙ୍କା ଦେବା ନେଇ କୃଷିମନ୍ତ୍ରୀଙ୍କୁ ପ୍ରଶ୍ନ ହୋଇଥିଲା । ଏହି ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ, ସରକାର ବର୍ତ୍ତମାନ ଏଭଳି କୌଣସି ଯୋଜନା କରୁନାହାନ୍ତି ।

କୃଷିମନ୍ତ୍ରୀ କହିଛନ୍ତି ଯେ, ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୧୫ଟି କିସ୍ତିରେ ୧୧ କୋଟିରୁ ଅଧିକ କୃଷକଙ୍କ ମୋଟ ୨.୮୧ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରି ସାରିଛନ୍ତି । ସେ କହିଛନ୍ତି ଯେ, ଭୂମିଧାରକ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏହି ଟଙ୍କା ପ୍ରଦାନ କରୁଛନ୍ତି ସରକାର । ତେବେ ବର୍ତ୍ତମାନ ସମୟରେ ସମାନ ରାଶିର ଟଙ୍କା ପାଇବେ ଯୋଗ୍ୟ ହିତାଧିକାରୀ । ବର୍ଷକୁ ୩ ଥର ୨ ହଜାର ଲେଖାଏଁ ମୋଟ ୬,୦୦୦ ଟଙ୍କା ପାଇପାରିବେ ହିତାଧିକାରୀ । ବର୍ତ୍ତମାନ ପିଏମ କିସାନ ଯୋଜନା ବିଶ୍ୱର ସର୍ବବୃହତ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣ ଯୋଜନା ମଧ୍ୟରୁ ଗୋଟିଏ ।

Get real time updates directly on you device, subscribe now.