fbpx

OSSC ନିଯୁକ୍ତି: ୧୨୨୫ଟି ପଦବୀ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ରାଜ୍ୟର ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଏଣିକି ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ସ୍ନାତକ ସ୍ତରର ପଦବୀ ପୂରଣ ପାଇଁ ଗୋଟିଏ ପରୀକ୍ଷା ଆୟୋଜନ ହେବ । ଏନେଇ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ ଠାରୁ ଯୁଗ୍ମ ସ୍ନାତକ ଭିତ୍ତିକ ଚୟନ ପରୀକ୍ଷା (ସିଜିଏଲଆରଇ) ଓ ଯୁଗ୍ମ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ) ହେବ ।

ନିଯୁକ୍ତି କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ଚଳିତ ବର୍ଷରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ପୂର୍ବ ପରି ଆଉ ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ପରୀକ୍ଷା ହେବ ନାହିଁ । ଏହି ନିୟମ ବୈଷୟିକ ଓ ପିଜି ବର୍ଗର ବିଭିନ୍ନ ପଦବୀ ପାଇଁ ମଧ୍ୟ ଲାଗୁ ହେବ । ସିଟିଏସଆରଇ (ଗ୍ରୁପ-ବି) ପାଇଁ ୧୨୨୫ଟି ପଦବୀ ବାହାରିଛି ।

ନଭେମ୍ବର ୧୧ ତାରିଖ ଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ମାସ ୧୦ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ନିର୍ଦ୍ଧାରଣ କରାଯିବ । ପ୍ରାର୍ଥୀମାନେ ଜୁନିୟର ଇଞ୍ଜିନିୟର (ସିଭିଲ) ଓ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପଦବୀରେ ନିଯୁକ୍ତି ପାଇବେ ।

ଅନଲାଇନ ଆବେଦନ ଲିଙ୍କ: https://www.ossc.gov.in/Public/Pages/Post_detail_information.aspx

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/11/Notification-OSSC-Combined-Technical-Services-Exam-2022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.aspx

Get real time updates directly on you device, subscribe now.