fbpx

୧୨୫ ବର୍ଷରେ ମିଳିଲା ପଦ୍ମଶ୍ରୀ: ନିଆରା ଅନ୍ଦାଜରେ ହୃଦୟ ଜିତିନେଲେ ଯୋଗଗୁରୁ ସ୍ୱାମୀ ଶିବାନନ୍ଦ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବା ପରେ ସାଧାରଣ ଲୋକ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଧାରାରେ ସୋମବାର ୧୨୫ ବର୍ଷୀୟ ଯୋଗ ଗୁରୁ ସ୍ୱାମୀ ଶିବାନନ୍ଦଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ତେବେ ୧୨୫ ବର୍ଷୀୟ ଯୋଗ ଗୁରୁ ଜଣଙ୍କ ନିଜର ନିଆରା ଅନ୍ଦାଜ ପାଇଁ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ଯୋଗ ସେବକ ନାମରେ ପରିଚିତ ଶିବାନନ୍ଦଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ଶିବାନନ୍ଦ ପୁରସ୍କାର ଗ୍ରହଣ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସାମ୍ନାରେ ମୁଣ୍ଡ ନୁଆଁଇଥିଲେ । ଏପରିକି ଶିବାନନ୍ଦଙ୍କ ସମ୍ମାନରେ ନିଜ ଆସନରୁ ଉଠି ଆସିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶିବାନନ୍ଦ ବିଗତ ୩ ଦଶନ୍ଧି ଧରି କାଶୀର ଘାଟରେ ଯୋଗ ଶିକ୍ଷା ପ୍ରଦାନ କରିଥାନ୍ତି । ଶିବାନନ୍ଦଙ୍କ ବ୍ୟତିତ କଚ୍ ବନ୍ୟା ପ୍ରପୀଡିତଙ୍କ ପାଇଁ କ୍ଲଥ୍ ବ୍ୟାଙ୍କ ସୃଷ୍ଟି କରିଥିବା ୯୧ ବର୍ଷୀୟ ମହିଳା, ୮୨ ବର୍ଷୀୟ ଅସ୍ଥି ଶଲ୍ୟ ସର୍ଜନ ଏବଂ ଜମ୍ମୁ କାଶ୍ମୀରର ବନ୍ଦିପୋରାର ୩୩ ବର୍ଷୀୟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.