ରିପୋର୍ଟର ବଡ଼ ଖୁଲାସା: ବାୟୁ ପ୍ରଦୂଷଣ ଯୋଗୁଁ କମୁଛି ଆୟୁଷ, ଆଗକୁ ସ୍ଥିତି ହେବ ଅଧିକ ଜଟିଳ

ବିଶ୍ୱର ୨୦ ପ୍ରଦୂଷିତ ସହର ଭିତରୁ ୧୩ଟି ଭାରତରେ । ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ ।

ନୂଆଦିଲ୍ଲୀ: ବିଶ୍ୱର ୨୦ ସବୁଠୁ ପ୍ରଦୂଷିତ ସହର ମଧ୍ୟରୁ ୧୩ଟି ସହର କେବଳ ଭାରତରେ ରହିଛି । ଏ ସୂଚୀର ସବୁଠୁ ଆଗରେ ରହିଛି, ଆସାମର ବର୍ନିହାଟ । ସ୍ୱିସ୍ ଏୟାର କ୍ୱାଲିଟି ଟେକନୋଲୋଜି କମ୍ପାନୀ ଆଇକ୍ୟୁ ଏୟାର ପକ୍ଷରୁ ୱାର୍ଲ୍ଡ ଏୟାର କ୍ୱାଲିଟି ୨୦୨୪ର ରିପୋର୍ଟ ପ୍ରକାଶ ପାଇଛି ।

ତଳକୁ ଖସିଛି: ୨୦୨୪ରେ ବିଶ୍ୱର ସବୁଠୁ ପ୍ରଦୂଷିତ ଦେଶ ସୂଚୀରେ ଭାରତ ପଞ୍ଚମ ସ୍ଥାନରେ ଥିବାବେଳେ ୨୦୨୩ରେ ତୃତୀୟସ୍ଥାନରେ ରହିଥିଲା । ପ୍ରକାଶିତ ରିପୋର୍ଟ ମୁତାବକ ୧୦ ପ୍ରଦୂଷିତ ସହର ଭିତରୁ ଭାରତରେ କେବଳ ୧୦ଟି ରହିଛି ।

କମିବ ବୟସ: ଦିଲ୍ଲୀର ପ୍ରଦୂଷଣ ମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି । ୨୦୨୩ ତୁଳନାରେ ୨୦୨୪ରେ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବଢ଼ିଚାଲିଛି । ସୂଚୀରେ ସ୍ଥାନ ପାଇଥିବା ଭାରତୀୟ ସହର ଗୁଡ଼ିକ ହେଲା; ବର୍ନିହାଟ, ଦିଲ୍ଲୀ, ମୁଲାନପୁର, ଫରିଦାବାଦ୍, ଲୋନି, ନୂଆଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗନଗର, ଗ୍ରେଟର ନୋଏଡା, ଭିୱାଦି, ମୁଜାଫରନଗର, ହନୁମାନଗଡ଼ ଏବଂ ନୋଏଡା ।

ବାୟୁ ପ୍ରଦୂଷଣ ଭାରତ ପାଇଁ ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରୁଛି । ମଣିେ ଦେହରେ ନାନା ପ୍ରକାର ରୋଗ ସୃଷ୍ଟି କରିବା ସହ ମଣିଷର ଆୟୁଷ ୫.୨ ବର୍ଷ କମାଇଦେବ ବୋଲି ବିଶେଷଜ୍ଞମାନେ ସତର୍କ କରିଛନ୍ତି ।