ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ଏହାରି ଭିତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସାରା ବିଶ୍ୱରେ ଆତଙ୍କ ଖେଳାଇଲାଣି । ତେବେ ଓଡ଼ିଶାରେ ଏବେ ବି ଏମିତି ଲୋକ ଅଛନ୍ତି ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ ନେଇନାହାନ୍ତି । ଏମାନଙ୍କ ସଂଖ୍ୟା ୧୦୦ କି ୧୦୦୦ ନୁହେଁ, ମୋଟ ୪୧ ଲକ୍ଷ ବୋଲି ଜଣାଯାଇଛି ।
ରାଜ୍ୟରେ ୪୧ ଲକ୍ଷ ବ୍ୟକ୍ତି କରୋନା ଟିକାର ପ୍ରଥମ ଡୋଜ ନେଇ ନାହାନ୍ତି। ମୟୁରଭଞ୍ଜ, କନ୍ଧମାଳ, କଟକରେ ପ୍ରଥମ ଡୋଜ ଟିକାକରଣ ହାର କମ। ଏନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ୮୭ % ପ୍ରଥମ ଡୋଜ ନେଇ ସାରିଛନ୍ତି। ଆଉ ବଳକା ୧୩ % ଶୀଘ୍ର ଟିକା ନିଅନ୍ତୁ। ଯାହାଦ୍ୱାରା ଡିସେମ୍ବର ସୁଦ୍ଧା ପ୍ରଥମ ପାନ ଲକ୍ଷ୍ୟ ଶେଷ ହେବ। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭୟାବହତା ବୃଦ୍ଧି ପାଉଥିବାରୁ ସଜାଗ ରହିବାକୁ ପଡିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।