fbpx

ଇଣ୍ଡିଆନ ରେଲୱେରେ ସୃଷ୍ଟି ହେଲା ୧୩ ହଜାର ନୂଆ ଟ୍ରେନ୍ ଡ୍ରାଇଭର ପଦ: ପଶ୍ଚିମବଙ୍ଗ ଦୁର୍ଘଟଣା ପରେ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ୧୩ ହଜାରରୁ ଅଧିକ ଆସିଷ୍ଟାଣ୍ଟ ଲୋକୋପାଇଲଟ୍ (ଟ୍ରେନ ଡ୍ରାଇଭର) ପଦ ସୃଷ୍ଟି କରାଯାଇଛି । ବର୍ତ୍ତମାନ ରେଳ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରୁ କାର୍ଯ୍ୟ ଭାର ହ୍ରାସ ପାଇଁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ନିକଟରେ ପଶ୍ଚିମବଙ୍ଗରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ୧୦ ଜଣଙ୍କ ପ୍ରାଣହାନୀ ଘଟିଥିଲା । କାଞ୍ଚନଜଙ୍ଗ ଏକ୍ସପ୍ରେସକୁ ଏକ ମାଲବାନୀ ଟ୍ରେନ ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଥିଲା । ତେବେ ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣା ପରେ ଏହି ନୂଆ ପଦ ସୃଷ୍ଟି ନେଇ ନିଷ୍ପତ୍ତି ନିଆଯାଇଛି ।

ଏନେଇ ସମସ୍ତ ଜୋନାଲ ରେଲୱେର ଜେନେରାଲ ମ୍ୟାନେଜରଙ୍କ ପାଇଁ ରେଳବାଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉକ୍ତ ସୂଚନା ମୁତାବକ, ୧୮,୭୯୯ ଆସିଷ୍ଟାଣ୍ଟ ଲୋକେ ପାଇଲଟ (ଏଏଲପି) ପଦ ପାଇଁ ରେଲୱେ ବୋର୍ଡ ପକ୍ଷରୁ ମଞ୍ଜୁରୀ ମିଳିଛି । ଗତ ଜାନୁଆରୀ ମାସରେ ବିଜ୍ଞପ୍ତି ଜାରି ହୋଇଥିବା ୫୬୯୬ ଏଲପି ପଦ ସଂଖ୍ୟା ଠାରୁ ଏହା ପାଖାପାଖି ୩.୩ ଗୁଣ ହେବ ।

ରେଳ ବିଭାଗରେ କର୍ମଚାରୀଙ୍କ ଅଭାବ କାରଣରୁ ଟ୍ରେନ ଡ୍ରାଇଭରମାନେ ଥକ୍କାପଣର ଶିକାର ହେଉଥିବା ଖବର ସାମ୍ନାକୁ ଆସିଥିଲା । ଟ୍ରେନ ଡ୍ରାଇଭରମାନେ ଅଧିକ ସମୟ ପର୍ଯ୍ୟନ୍ତ ଡ୍ୟୁଟି କରିବା ଫଳରେ ସେମାନେ ଟ୍ରେନ ସିଗନାଲ ସହ ଜଡ଼ିତ ନିଷ୍ପତ୍ତି ନେବାରେ ତ୍ରୁଟି କରୁଥିବା ଜଣାପଡ଼ିଥିଲା । ଏହ କାରଣରୁ ଅନେକ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଉଦାହରଣ ଦେଖିବାକୁ ମିଳିଥିଲା । ତେଣୁ ଉକ୍ତ ସମସ୍ୟାକୁ ଦୂର କରିବା ପାଇଁ ରେଲୱେ ବୋର୍ଡ ପକ୍ଷରୁ ୧୩ ହଜାର ନୂଆ ଆସିଷ୍ଟାଣ୍ଟ ଲୋକେ ପାଇଲଟ ପଦ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.