fbpx

ଲଜ୍ଜାଜନକ ଘଟଣା: ୧୩ ବର୍ଷର ନାବାଳିକାଙ୍କୁ ୩ ଦିନ ଧରି ଦୁଷ୍କର୍ମ କଲେ ୯ ଅଭିଯୁକ୍ତ

ଉମରିଆ, ୧୭ା୧: ମଧ୍ୟପ୍ରଦେଶର ଉମରିଆ ଅଞ୍ଚଳରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ୧୩ ବର୍ଷର ଜଣେ ନାବାଳିକାଙ୍କୁ ଲଗାତର ୩ ଦିନ ଧରି ୯ ଜଣ ଯୁବକ ଦୁଷ୍କର୍ମ କରିଛନ୍ତି । ସବୁଠାରୁ ଦୁଃଖର ବିଷୟ ହେଉଛି, ନାବାଳିକା ଜଣଙ୍କ ଯେଉଁମାନଙ୍କୁ ସାହାଯ୍ୟ ମାଗିଥିଲେ, ସେମାନେ ଏହି ନାରକୀୟ କାଣ୍ଡ ଘଟାଇଛନ୍ତି । ପରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କ ସହ ଥାନାରେ ପହଞ୍ଚି ସବୁକଥା ଜଣାଇବା ପରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ଜବଲପୁରରେ ନାବାଳିକା ଜଣକ ୯ମ ଶ୍ରେଣୀରେ ପଢ଼ିବା ସହ ଲକଡାଉନରେ ମାଆଙ୍କ ପାଖକୁ ଯାଇଥିଲେ । ଜାନୁଆରୀ ୧୧ ତାରିଖରେ ପୀଡ଼ିତା ଜଣଙ୍କ ନିକଟସ୍ଥ ପରିବା ହାଟକୁ ଯାଇଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଏକ ବାଇକରେ ବସାଇ ଏକ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ନାବାଳିକାଙ୍କୁ ଧମକଚମକ ଦେଇ ଦୁଷ୍କର୍ମ କରିଥିଲେ । ପରେ ନାବାଳିକା ସେମାନଙ୍କୁ କବଳରୁ ଖସି ଆସିଥିଲେ ମଧ୍ୟ ଏକ ଟ୍ରକରେ ଘରକୁ ଫେରୁଥିବା ସମୟରେ ଟ୍ରକ ଡ୍ରାଇଭର ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.