ନିଶା ବେପାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ : ୧ ହଜାର ୩୫୯ ଜଣ ଗିରଫ

ଭୁବନେଶ୍ୱର: ରାଜ୍ୟରେ ମାତିଛନ୍ତି ଅନ୍ତଃରାଜ୍ୟ ନିଶା ବେପାରୀ । ଧିରେ ଧିରେ ଏମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଚଷ୍ଠାନ ଗ୍ରହଣ କରି ୩ ବର୍ଷରେ ୧ ହଜାର ୩୫୯ ନିଶା ବେପାରୀ ଗିରଫ କରିଛନ୍ତି ରାଜ୍ୟ ସରକାର ।

ଏହା ସହିତ ୩ ହଜାର ୭୭ ବଲକ ଲିଟର ବିଦେଶୀ ମଦ ଜବତ ହୋଇଛି । କେବଳ ସେତିକି ନୁହେଁ, ୬ ହଜାର ୯୭୪ ବଲକ ଲିଟର ବିୟର ମଧ୍ୟ ଜବତ ହୋଇଛି । ୧୪ ହଜାର ୬୩୫ ଲିଟର ଦେଶୀ ମଦ ଓ ୩ ହଜାର ୧୯ ଲିଟର ନକଲି ମଦ ଜବତ ହୋଇଛି ।

୪୧ ହଜାର ୯୦୯ କେଜି ଗଞ୍ଜେଇ ମଧ୍ୟ ଜବତ ହୋଇଛି । ୨୧ ହଜାର ୯୦୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏନେଇ ଆଗି ଗୃହରେ ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।