fbpx

୧୩ ରାଉଣ୍ଡ ବୈଠକ ବି ବୃଥାରେ ଗଲା, ଏଲଏସିକୁ ଫେରିପାରୁନି ସ୍ଥିରତା

ନୂଆଦିଲ୍ଲୀ: ଏଲଏସିରେ ବିବାଦୀୟ ସ୍ଥିତି ଏପର୍ଯ୍ୟନ୍ତ ଜାରି ରହିଛି । ଦୁଇ ଦେଶ ମଧ୍ୟରେ ଏକାଧିକ ରାଉଣ୍ଡ ବୈଠକ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନି । ଏହି କ୍ରମରେ ରବିବାର ଦିନ ୧୩ ରାଉଣ୍ଡ କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା । ତାହା ମଧ୍ୟ ବୃଥା ହୋଇଛି । ଏହି ବୈଠକରେ ଚୁଶୁଲ ଏବଂ ମୋଲଡି ସୀମାରେ ଦୁଇ ଦେଶର ସେନାଧିକାରୀ ମାନେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିିଥିଲେ । ଏଥିରେ ଦୁଇ ପକ୍ଷର ଅଧିକାରୀମାନେ ପୂର୍ବ ଲଦାଖର ଏଲଏସିରେ ଚାଲିଥିବା ସଂଘର୍ଷକୁ ସମାଧାନ କରିବାରେ ବ୍ୟସ୍ତ ଥିଲେ । କିନ୍ତୁ ଏହି ବୈଠକ ମଧ୍ୟ ବ୍ୟର୍ଥ ଯାଇଥିଲା ।

ବୈଠକରେ ଭାରତ, ଚୀନକୁ କହିଥିଲା ଯେ, ଏଲଏସିରେ ସୃଷ୍ଟି ହୋଇଥିବା ବର୍ତ୍ତମାନର ସ୍ଥିତି ଚୀନର ସ୍ଥିତି ପରିବର୍ତ୍ତନ ଓ ଦ୍ୱିପାକ୍ଷିକ ବୁଝାମଣାର ଉଲଙ୍ଘନ କରିବାକୁ ଚୀନର ଏକପାଖିଆ ଉଦ୍ୟମ କାରଣରୁ ହୋଇଛି । ତେଣୁ ଏହା ଆବଶ୍ୟକ ଥିଲା ଚୀନ ପକ୍ଷରୁ ସୀମାରେ ଉପଯୁକ୍ତ ପଦକ୍ଷେପ ଉଠାଯାଉ ଯଦ୍ୱାରା ପଶ୍ଚିମାଞ୍ଚଳରେ ଏଲଏସି ସହିତ ଶାନ୍ତି ବଜାୟ ରହିପାରିବ । ଭାରତ ଏହି କଥା ଉପରେ ଜୋର ଦେଇଥିଲେ । ଯାହାଫଳରେ କିଛି ସମାଧାନ ବାହାରିପାରିବ ଏବଂ ଦ୍ୱିପାକ୍ଷିକ ସମ୍ବନ୍ଧରେ ପ୍ରଗତି ହେବାରେ ସହାୟକ ହେବ ।

ତେବେ ଏତେ ପରେ ବି ଚୀନ ଏହି କଥାରେ କୌଣସି ପ୍ରକାର ସହମତି ପ୍ରକାଶ କରିନଥିଲା କି କୌଣସି ପ୍ରକାର ପ୍ରସ୍ତାବ ମଧ୍ୟ ରଖିନଥିଲା । ଅର୍ଥାତ୍ ଏହି ବୈଠକ ମଧ୍ୟ ବୃଥା ହୋଇଛି ।

 

Get real time updates directly on you device, subscribe now.