fbpx

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୯୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ କରୋନା ସଂକ୍ରମଣ କେତେବେଳେ ବଢ଼ୁଛି ତ କେତେବେଳେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୧୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ୨୪ ଘଣ୍ଟାରେ ୧୯୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହି କ୍ରମରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୦ ହଜାର ୭୮୨ରେ ପହଞ୍ଚିଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୩୪୭ ଥିବା ବେଳେ ୩ କୋଟି ୩୨ ଲକ୍ଷ ୯୩ ହଜାର ୪୭୮ ଜଣ ସୁସ୍ଥ ହୋଇଛନ୍ତି । କେବଳ କେରଳରୁ ୧୦,୬୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୫ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.