ଭୁବନେଶ୍ୱର, ୧ା୫(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ଆଉ ୧୪ଜଣ କରୋନାରେ ଆକ୍ରାନ୍ତ ଥିବା ସୁସ୍ଥ ହୋଇଛନ୍ତି । ୧୪ଜଣଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରେ ଜଣେ ହୋଇଥିବା ବେଳେ ଭୁବନେଶ୍ୱରର ୩, ବାଲେଶ୍ୱରର ୩ ଓ ଭଦ୍ରକରେ ୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟରେ ବର୍ତ୍ତମାନ୧୪୮ଜଣ ଆକ୍ରାନ୍ତ ଜିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୨ କୁ ବୃଦ୍ଧି ପାଇଛି ।
Happy to announce that another 14 #COVID19 patients have recovered in #Odisha, taking the total recovered cases to 55!
Now there are no active cases in Kendrapara district.
The new recovered cases are from:
Kendrapara:1
Bhubaneswar:3
Balasore:3
Bhadrak:7#OdishaFightsCorona— H & FW Dept Odisha (@HFWOdisha) May 1, 2020