fbpx

ତାଲିବାନଙ୍କୁ ସମର୍ଥନ କରିବା ପଡ଼ିଲା ମହଙ୍ଗା, ୧୪ ଜଣଙ୍କୁ ଗିରଫ କଲା ପୋଲିସ୍

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ ମାନେ ଲୋକମାନଙ୍କ ସହିତ ଅତ୍ୟାଚାରର ଧାରା ଚଳାଇଛନ୍ତି । ଯେଉଁଥିରୁ ଅଫଗାନ୍ ନାଗରିକ ମାନେ ବର୍ତ୍ତିବାକୁ ଚାହୁଁଛନ୍ତି । ତେଣୁ ଯେତେ ପାରୁଛନ୍ତି ଦେଶ ଛାଡ଼ି ଯିବାକୁ ଚେଷ୍ଟା କରୁଛନ୍ତି । ତେବେ ଇତି ମଧ୍ୟରେ ଭାରତରେ ତାଲିବାନ ମାନଙ୍କ ପ୍ରତି ପ୍ରେମ ଦେଖାଉଥିବା ଅର୍ଥାତ୍ ସମର୍ଥନ କରୁଥିବା କିଛି ଲୋକଙ୍କୁ ପୋଲିସ୍ ଆଜି ଠିକ୍ ପାନେ ଦେଇଛି । ଆସାମରେ ସୋସିଆଲ୍ ମିଡିଆରେ ତାଲିବାନ ସମର୍ଥନ କରୁଥିବା ୧୪ ଜଣଙ୍କୁ ଗିରଫ କରାଯାଇଛି ।

ପୋଲିସ୍ ଶନିବାର କହିଛି ଯେ, ଆଫଗାନିସ୍ତାନରେ ତାଲିବାନ ମାନଙ୍କ ରାଜ୍ ର ସମର୍ଥନ କରୁଥିବା ତଥା ସୋସିଆଲ ମିଡିଆରେ ସେମାନଙ୍କ ପକ୍ଷରେ ପୋଷ୍ଟ କରୁଥିବା ଲୋକମାନଙ୍କୁ ଗିରଫ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆସାମର ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କୁ ବେଆଇନ୍ କାର୍ଯ୍ୟକଳାପ ଅଧିନିୟମ, ଆଇଟି ଆକ୍ଟ ଏବଂ ସିଆରପିସି ର ବିଭିନ୍ନ ଧାରା ଆଧାରରେ ମାମଲା ରୁଜୁ କରାଯାଇଛି । ଆସାମ ପୋଲିସ୍ ଅଧିକାରୀ ମାନେ ସଫା ସଫା କହିଛନ୍ତି ଯେ, ତାଲିବାନ ମାନଙ୍କ ସପକ୍ଷରେ ଥିବା ଭଳି ପୋଷ୍ଟ ପ୍ରତି ଆମେ ମାନେ ଆଲର୍ଟ ରହିଛୁ ।

Get real time updates directly on you device, subscribe now.