fbpx
BSKY SKY
BSKY SKY

SLSWCA ବୈଠକରେ ୧୪ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ୫୧୩୪ ଜଣଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସମ୍ଭାବନା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଅନୁଷ୍ଠିତ ହୋଇଯାଇଛ । ଏହିବୈଠକରେ ଓଡିଶା ପାଇଁ ୧୭୧୩.୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ବିବିଧ ପୁଞ୍ଜିନିବେଶ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟ୍ଟକୁ ନୂଆ ରୂପ ଦେବା ସହ ରାଜ୍ୟଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥଳ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି ।

ବୈଠକରେ ଧାତବ କ୍ଷେତ୍ର ଉପରେ ନିର୍ଭର କରୁଥିବା ଆନୁଷଙ୍ଗିକ ଶିଳ୍ପ (ମେଟାଲ ଡାଉନଷ୍ଟ୍ରିମ୍ ଏବଂ ଆନସିଲାରିଜ୍), ଶକ୍ତି, ଔଷଧ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନ ଓ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକଳ୍ପକୁ ସବୁଜ ସଙ୍ଗେତ ଦିଆଯାଇଛି । ସମୁଦାୟ ୫୧୩୪ ନିଯୁକ୍ତି ସୃଷ୍ଟି ସମ୍ଭାବନା ଥିବା ୭ଟି ଜିଲ୍ଲାରେ ସମୁଦାୟ ୧୭୧୩.୬୫ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ଏହି ଉଦ୍ୟୋଗଗୁଡ଼ିକ ରାଜ୍ୟର ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ଦେବ ବୋଲି ଆଶା କରାଯାଉଛି ।

ଆଗାମୀ ଦିନରେ ରାଜ୍ୟର ଯାଜପୁରରେ ନିଓ ଇଣ୍ଡଷ୍ଟ୍ରିଜ୍ ମେଟାଲ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍ ର ୭୨.୦୦ କୋଟି ଟଙ୍କାର ପ୍ରକଳ୍ପ ସହିତ ରାଜ୍ୟରେ ଇସ୍ପାତ ଆନୁଷଙ୍ଗିକ ଉଦ୍ୟୋଗ କ୍ଷେତ୍ରରେ ବୃଦ୍ଧି ଘଟିବାକୁ ଯାଉଛି । ଦୁଇଟି ପର୍ଯ୍ୟାୟରେ ୧୬ ହଜାର ୟୁନିଟ୍ କ୍ଷମତା ବିଶିଷ୍ଟ ଇସ୍ପାତ ୟୁନିଟ୍ ପାଇଁ କ୍ରୋମ ପ୍ଲେଟିଂ, ଗ୍ରାଇଣ୍ଡିଂ ଓ ଟେକଚରିଂ କରାଯିବ । ଏହା ୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଷ୍ଟେନଲେସ୍ ଷ୍ଟିଲ୍ ଆଣ୍ଡ ଫେରୋ ଆଲଏଜ୍ କ୍ଷେତ୍ରରେ ‘ଆନନ୍ଦ ଏକ୍ସପୋର୍ଟ, ଯାଜପୁର’ରେ ଏହାର ବ୍ୟାପକ ସମ୍ପ୍ରସାରଣ ପାଇଁ ପଦକ୍ଷେପ ନେଇଛି ।

ଏହି ପ୍ରକଳ୍ପରେ ୦.୦୩୮ ଏମଟିପିଏର ଫେରୋକ୍ରୋମ ୟୁନିଟ୍ କ୍ଷମତା ବୃଦ୍ଧି ଅନ୍ତର୍ଭୁକ୍ତ ରହିଛି । ଏହା ଦ୍ୱାରା ୬୨୮.୦୦ କୋଟି ଟଙ୍କା ବିନିଯୋଗରେ ୨,୮୨୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଯାଜପୁରର କଳିଙ୍ଗ ନଗରରେ ଆସୋକା ସ୍କାଏ ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ମେଟାଲ୍ ଡାଉନଷ୍ଟ୍ରିମ୍ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି । ଏହି ଉଦ୍ୟୋଗରେ ୧୦୧.୦୦ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ବରାଦ କରାଯାଇଛି ଏବଂ ଏହା ଫଳରେ ୧୦୫ ନିଯୁକ୍ତି ସମ୍ଭାବନା ରହିଛି, ଯାହା ଇସ୍ପାତ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ।

ମହିନ୍ଦ୍ରା ହୋଲିଡେଜ୍ ଆଣ୍ଡ ରିସୋର୍ଟ ପ୍ରକଳ୍ପକୁ ଗଂଜାମ ଜିଲ୍ଲାରେବାହୁଡ଼ା ନଦୀ ମୁହାଣ ନିକଟ ସୋନାପୁର ବେଳାଭୂମିରେ ୨୨୮.୪୫ କୋଟି ଟଙ୍କା ବିନିଯୋଗ କରାଯିବ । ଏକ ଆକର୍ଷଣୀୟ ବିଳାସପୂର୍ଣ୍ଣ ରିସୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ଅନୁମୋଦନ ମିଳିଛି । ଏହି ବିଳାସପୂର୍ଣ୍ଣ ରିସୋର୍ଟ ଓ ହୋଟେଲକୁ ଅନୁମୋଦନ ମିଳିବା ପରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିଛି । ଏହା ଚିକିଟି, ଗଞ୍ଜାମରେ ୧୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଟିଏସ୍ ବିଚ୍ ରିସୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୧୩୨.୧୬ କୋଟି ଟଙ୍କା ବିନିଯୋଗରେ ପୁରୀରେ ଏକ କନଭେନ୍ସନ୍ ସେଣ୍ଟର ଏବଂ ୪ ଟି ଷ୍ଟାର୍ ହୋଟେଲ୍ ସହିତ ଆତିଥେୟତା ପ୍ରଦାନ କ୍ଷେତ୍ରରେ ନୂତନ ଆକର୍ଷଣୀୟ ପରିକଳ୍ପନା ସୃଷ୍ଟି କରିଛି ।

ପୁରୀର ସିପସରୁବାଲିରେ ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପରେ ୨୫୦ ଜଣ ନିଯୁକ୍ତି ପାଇବା ନେଇ ଲକ୍ଷ୍ୟ ରଖାଯାଇଛି । ସେହିପରି ହୋଟେଲ ରଶ୍ମି ପ୍ଲାଜା ଓପିସି ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ାରେ ଏକ ୪ ତାରକା ହୋଟେଲ୍ ନିର୍ମାଣ କରି ଏହି କ୍ଷେତ୍ରରେ ଉନ୍ନତି ଆଣିଛି, ଯେଉଁଥିରେ ୭୦.୭୪ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ଏବଂ ୨୧୦ ନୂତନ ନିଯୁକ୍ତି ସୁଯୋଗ ରହିଛି ।

ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ଯାଜପୁରରେ ୨୩.୦୨ ମେଗାୱାଟ୍ କ୍ୟାପ୍ଟିଭ୍ ରୁଫ୍ ଟପ୍ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ କରି ଅକ୍ଷୟ ଶକ୍ତି କ୍ଷେତ୍ରରେ ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛି । ୧୧୦.୨୪ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ୬୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ବେଷ୍ଟ ପାୱାର ଇକ୍ୱିପମେଣ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଖୋର୍ଦ୍ଧାରେ ୟୁପିଏସ ସିଷ୍ଟମ ଓ ବ୍ୟାଟେରୀ ଉତ୍ପାଦନ ପାଇଁ ଏକ ୟୁନିଟ୍ ସ୍ଥାପନ ପାଇଁ ଯୋଜନା କରାଯାଇଛି । ୫୨.୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ୩୫୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ।

Get real time updates directly on you device, subscribe now.