fbpx

ଏସିଡ୍ ଆକ୍ରମଣକାରୀଙ୍କୁ ୧୪ ବର୍ଷ ଜେଲ୍ : ଜଗତସିଂହପୁର ମହିଳା କୋର୍ଟ

ଜଗତସିଂହପୁର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ୍ ମାଡ଼ ମାମଲାରେ ଆଜି ବଡ଼ ଖବର । ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି । ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ତାର ସହଯୋଗୀ ଅନୀଲ ଦଳସିଂରାୟକୁ ଏପରି ଦଣ୍ଡାଦେଶ ମିଳିଛି । ଜେଲ ସହ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ ଅଭିଯୁକ୍ତଙ୍କୁ ଏଭଳିି ଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ଏଏସଜେ ମହିଳା କୋର୍ଟ ।

ତେବେ ୨୦୦୯ ଏପ୍ରିଲ ୧୮ରେ ତିର୍ତ୍ତୋଲରେ ଏହି ଏସିଡ୍ ମାଡ଼ ହୋଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ସନ୍ତୋଷ କୁମାର ବେଦାନ୍ତ(୩୬) ଓ ତା’ର ସହଯୋଗୀ ନୟାଗଡ଼ ଜିଲ୍ଲା ରଣପୁର ଥାନା ଚମ୍ପାଗଡ଼ର ବିଶ୍ୱଜିତ ଦଳସିଂ ରାୟ ଓରଫ ଅନିଲକୁ ଗିରଫ କରିଥିଲା ପୋଲିସ । ସନ୍ତୋଷପାରା ମିଲିଟାରୀ ଚିକିରି କରୁଥିବା ବେଳେ ୨୦୧୭ରୁ ଗିରଫ ହୋଇ ସେ ଜେଲରେ ଅଛି ।

ସୂଚନାଯୋଗ୍ୟ ଯେ, ୨୦୦୯ ଏପ୍ରିଲ ୧୮ ତାରିଖ ସଂଧ୍ୟା ପ୍ରାୟ ୬ଟା ବେଳେ ପ୍ରମୋଦିନୀ ନିଜ ମାମୁଘରୁ ଫେରୁଥିବା ବେଳେ ବଜାରରେ ଥିବା ବିଏସ୍‍ଏନ୍‍ଏଲ ଟେଲିଫୋନ୍‍ କାର୍ଯ୍ୟାଳୟ ନିକଟରେ ସନ୍ତୋଷ ଓ ବିଶ୍ୱଜିତ ତାଙ୍କ ଉପରକୁ ଏସିଡ୍‍ ଫିଙ୍ଗି ଥିଲେ। ପ୍ରମୋଦିନୀଙ୍କ ମୁହଁ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା ଓ ସେ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ଏକତରଫା ପ୍ରେମକୁ ନେଇ ଏହି ଏସିଡ୍‍ ମାଡ଼ ହୋଇଥିବା ଜଣା ପଡ଼ିଥିଲା।

Get real time updates directly on you device, subscribe now.