fbpx

ଆଫଗାନିସ୍ତାନ ସଙ୍କଟ: ଫେରିଲେ ଆଉ ୧୪୬ ଭାରତୀୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ଫେରିଛନ୍ତି ଆଉ ୧୪୬ ଭାରତୀୟ । ଦୋହାସ୍ଥିତ ଭାରତୀୟ ଦୂତାବାସ ସହାୟତାରେ ସେମାନେ ଭାରତ ଫେରିଛନ୍ତି । ୧୪୬ ଭାରତୀୟଙ୍କୁ ରବିବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲରୁ ବିମାନ ଯୋଗେ ବାହାର କରି ଦୋହା ଦେଇ ଦିଲ୍ଲୀ ଅଣାଯାଇଛି । ତେବେ ସେମାନେ ଅଗଷ୍ଟ ୧୪ରେ ଆମେରିକା ଦୂତାବାସ ବିମାନରେ କତାର ଯାଇଥିଲେ । ଏହା ପୂର୍ବରୁ ୧୩୫ ଭାରତୀୟଙ୍କ ପ୍ରଥମ ବ୍ୟାଚ୍ ରବିବାର ଦିନ କତାର ଦେଇ ଭାରତରେ ପହଞ୍ଚିଥିଲା ।

Get real time updates directly on you device, subscribe now.