fbpx

ମୋଦୀଙ୍କ ଘୋଷଣା: ଅଗଷ୍ଟ ୧୪କୁ ପାଳନ କରାଯିବ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’

Advertisement

ନୂଆଦିଲ୍ଲୀ: ଆଜିର ଦିନରେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ଭାରତର ବିଭାଜନ ହୋଇଥିଲା ଏବଂ ପାକିସ୍ତାନ ଜନ୍ମ ନେଇଥିଲା । ତେଣୁ ଗୋଟେ ପଟେ ପାକିସ୍ତାନ ଆଜିର ଦିନକୁ ନିଜର ସ୍ୱାଧୀନତା ଦିବସ ରୂପେ ପାଳନ କରୁଥିବା ବେଳେ ଭାରତରେ ଆଜିଠାରୁ ଏହି ଦିନକୁ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ରୂପେ ପାଳନ କରାଯିବ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଶନିବାର ଦିନ ମୋଦୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଭାଜନ ସମୟରେ ଲୋକ ମାନେ କରିଥିବା ସଂଘର୍ଷ ଏବଂ ବଳିଦାନକୁ ମନେ ପକାଇ ଏହି ଦିନକୁ ପାଳନ କରାଯିବ । ଏଥିସହିତ ୧୫ ତାରିଖକୁ ତଥା ଆସନ୍ତା କାଲି ୭୫ତମ ସ୍ୱାଧୀନତା ଦିବସ ଭାବରେ ପାଳନ କରାଯିବ ।

Get real time updates directly on you device, subscribe now.