fbpx
BSKY SKY
BSKY SKY

ଅଗଷ୍ଟରେ ୧୫ ଦିନ ବ୍ୟାଙ୍କ ବନ୍ଦ; ଦେଖନ୍ତୁ ତାଲିକା

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ଆସନ୍ତା  ଅଗଷ୍ଟ ମାସରେ ବ୍ୟାଙ୍କର ଅତିରିକ୍ତ ଛୁଟି ହେବାକୁ ଯାଉଛି । ବ୍ୟାଙ୍କ କାରବାର ତୁରନ୍ତ କରିନେବା ଭଲ । ଅଗଷ୍ଟରେ ପ୍ରାୟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଆରବିଆଇ ପକ୍ଷରୁ ଜାରି ହୋଇଥିବା ଛୁଟି ତାଲିକ ଅନୁଯାୟୀ, ପ୍ରତିମାସର ରବିବାର ଓ ଦ୍ୱିତୀୟ ଶନିବାର ବାଦ୍ ଅଗଷ୍ଟ ମାସରେ ଅତିରିକ୍ତ ୮ ଦିନ ବ୍ୟାଙ୍କ ବନ୍ଦ ରହିବ ।

ଛୁଟି ତାଲିକା:

୧ ଅଗଷ୍ଟ – ରବିବାର ପାଇଁ ବ୍ୟାଙ୍କ ବନ୍ଦ

୮ ଅଗଷ୍ଟ – ରବିବାର ପାଇଁ ବନ୍ଦ ବ୍ୟାଙ୍କ୍‌

୧୩ ଅଗଷ୍ଟ- ଶହୀଦ ଦିବସ ପାଇଁ ଇମ୍ଫାଲ ଜୋନରେ ବନ୍ଦ

୧୪ ଅଗଷ୍ଟ – ଦ୍ୱିତୀୟ ଶନିବାର ପାଇଁ ବ୍ୟାଙ୍କ ବନ୍ଦ

୧୫ ଅଗଷ୍ଟ – ସ୍ୱତନ୍ତ୍ରତା ଦିବସ ପାଇଁ ବ୍ୟାଙ୍କ ଛୁଟି

୧୬ ଅଗଷ୍ଟ – ପାରସୀ ନବବର୍ଷ ପାଇଁ ମହାରାଷ୍ଟ୍ର ବେଲାପୁର, ମୁମ୍ବାଇ ଓ ନାଗପୁର ଜୋନରେ ବ୍ୟାଙ୍କ୍‌ ବନ୍ଦ

୧୯ ଅଗଷ୍ଟ – ମହରମ୍‌ ପାଇଁ ବ୍ୟାଙ୍କ୍‌ ବନ୍ଦ

୨୦ ଅଗଷ୍ଟ – ମହରମ୍‌ ଓ ପ୍ରଥମ ଓଣମ ପାଇଁ ବେଙ୍ଗାଲୁର, ଚେନ୍ନାଇ, କୋଚି ଓ କେରଳ ଜୋନରେ ବ୍ୟାଙ୍କ୍‌ ବନ୍ଦ

୨୧ ଅଗଷ୍ଟ – ଥିରୁଓଣମ ପାଇଁ କୋଚି ଓ କେରଳରେ ଜୋନରେ ବ୍ୟାଙ୍କ ବନ୍ଦ

୨୨ ଅଗଷ୍ଟ – ରକ୍ଷା ବନ୍ଧନ ପାଇଁ ବ୍ୟାଙ୍କ ଛୁଟି

୨୩ ଅଗଷ୍ଟ- ଶ୍ରୀ ନାରାୟଣ ଗୁରୁ ଜୟନ୍ତୀ ପାଇଁ କୋଚ୍ଚି ଓ କେରଳ ଜୋନରେ ବ୍ୟାଙ୍କ ବନ୍ଦ

୨୮ ଅଗଷ୍ଟ – ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ

୨୯ ଅଗଷ୍ଟ – ରବିବାର ପାଇଁ ବ୍ୟାଙ୍କ ବନ୍ଦ

୩୦ ଅଗଷ୍ଟ – ଜନ୍ମାଷ୍ଟମୀ ପାଇଁ ବ୍ୟାଙ୍କ ଛୁଟି

୩୧ ଅଗଷ୍ଟ- ଶ୍ରୀକୃଷ୍ଣ ଅଷ୍ଟମୀ ପର୍ବ ଚାଲୁଥିବାରୁ ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ ରହିବ ।

Get real time updates directly on you device, subscribe now.