fbpx

+୩ ପାଠରେ ‘ବିପର୍ଯ୍ୟୟ ପରିଚାଳନା’, ଜାଣନ୍ତୁ ଏନେଇ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଠ୍ୟସୂଚୀରେ ସାମିଲ ହେବ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା । ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । +୩ ପ୍ରଥମବର୍ଷରେ ବାଧ୍ୟତାମୂଳକ ରହିବ ବିପର୍ଯ୍ୟୟ ପରିଚାଳନା । ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ, ମହାମାରୀ ପରିଚାଳନା ଓ ସର୍ଭାଇଭାଲ ସ୍କିଲ୍ ପଢ଼ାଯିବ । ଏହି ବିଷୟକୁ ସାମିଲ କରିବା ପାଇଁ ଓଡିଶା ସରକାର ମେ ମାସ ୨୯ ତାରିଖରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଥିଲେ ।

ତେବେ ସମସ୍ତ କଳା ବିଜ୍ଞାନ, ବାଣିଜ୍ୟ ବର୍ଗର ବିଦ୍ୟାର୍ଥୀମାନେ ଏହାକୁ ବାଧ୍ୟତାମୂଳକ ଭାବେ ପଢ଼ିବେ । କୋର୍ସ ମାର୍କ ୧୦୦ ରହିଥିବା ବେଳେ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଏହାକୁ ପଢ଼ିବେ । ଏନେଇ ମିଟିଂ ପରେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.