fbpx

କରୋନାର ରେଡ୍ ଜୋନରେ ଓଡ଼ିଶାର ୧୫ ଜିଲ୍ଲା, ଜାଣନ୍ତୁ କେଉଁ ଜିଲ୍ଲା ?

ଭୁବନେଶ୍ୱର, ୨୬ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଥିବା ବେଳେ ଦୈନିକ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ଥିତି ଗମ୍ଭୀର ରହିଛି । କରୋନା ରେଡ୍ ଜୋନରେ ଓଡ଼ିଶାର ଅଧା ଭାଗ ରହିଛି । ସଂକ୍ରମଣ ବଢୁଥିବା ବେଳେ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି ।

ବର୍ତ୍ତମାନ ସୁଦ୍ଧା ୧୫ ଜିଲ୍ଲା ରେଡ୍ ଜୋନକୁ ଯାଇଛି । ପୂର୍ବରୁ ୧୨ ଜିଲ୍ଲା ଥିବାବେଳେ ଆଜି ଆଉ ୩ ଜିଲ୍ଲା ଯଥା- ଗଞ୍ଜାମ, ଅନୁଗୁଳ ଓ ମୟୁରଭଞ୍ଜ ରେଡ୍‌ ଜୋନ୍‌ ତାଲିକାରେ ସାମିଲ ହୋଇଛି।

ପୂର୍ବରୁ ରେଡ୍‌ ଜୋନ୍‌ ତାଲିକାରେ ରହିଥିଲା ଯାଜପୁର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଝାରସୁଗୁଡ଼ା, ନବରଙ୍ଗପୁର ପୁରୀ ଓ ବଲାଙ୍ଗିର । ସେହିପରି ଅରେଞ୍ଜ ଜୋନରେ ରାଜ୍ୟର କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ନୟାଗଡ଼ ଓ ରାୟଗଡ଼ା ଆଦି ଜିଲ୍ଲା ରହିଛି ।

ତେବେ ରାଜ୍ୟରେ ଆଜି ପୁଣି ୬୫୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୮୨୭ ଓ ସ୍ଥାନୀୟ ଅଞ୍ଚଳରୁ ୨୭୭୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୬୨ ହଜାର ୯୩୧ ରହିଥିବା ବେଳେ ୪୯ ହଜାର ୭୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି କରୋନାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କେନ୍ଦୁଝରରୁ ୨ ଜଣ, ଭଦ୍ରକ, କଟକ, ଗଞ୍ଜାମ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.