fbpx
BJD SKY
BJD SKY

ବିନା ଅର୍ଡର ଓ ପେମେଣ୍ଟରେ ମହିଳାଙ୍କ ଘରେ ପହଞ୍ଚିଲା ଆମାଜନ୍ ତରଫରୁ ୧୫୦ ଡେଲିଭେରି ପ୍ୟାକେଟ୍, ତାପରେ କଣ ହେଲା ଜାଣନ୍ତୁ

BJD

ନୂଆଦିଲ୍ଲୀ: ଆଜି କାଲି ଯୁବଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ଉପରେ ନିର୍ଭର କରୁଛନ୍ତି । ଖାସ୍ କରି ଏହି କରୋନା ଲକଡାଉନ୍ ସମୟରେ ଅନେକ ଲୋକ କେବଳ ଅନଲାଇନ୍ ଉପରେ ନିର୍ଭର କରୁଛନ୍ତି । କାରଣ ଏଥରେ ଘରେ ବସି ଆମେ ଫୋନ୍ ମାଧ୍ୟମରେ ପସନ୍ଦର ସାମଗ୍ରୀ ଦେଖି ଅର୍ଡର କରୁଛେ ଏବଂ କିଛି ଦିନ ମଧ୍ୟରେ ତାହା ଆସି ଘରେ ପହଞ୍ଚି ଯାଉଛି । ହେଲେ ଆପଣ ମାନେ ଟିକେ ଚିନ୍ତା କଲେ ଆପଣଙ୍କ ବିନା ଅର୍ଡର ଏବଂ ପେମେଣ୍ଟରେ ଘରେ ଆସି ଜିନିଷ ପହଞ୍ଚିଲେ କଣ କରିବେ ? ଆଉ ଯଦି ତାହା ମାଗଣାରେ ମିଳେ ତେବେ ଆପଣ ଖୁସି ହେବେ କି ନାହିଁ? ଏପରି କହିବାର କାରଣ ହେଲା ନ୍ୟୁୟର୍କର ଏକ ମହିଳାଙ୍କ ପାଖକୁ ମାଗଣାରେ ଆମାଜନ୍ ରୁ ଏତେ ଜିନିଷ ଆସି ପହଞ୍ଚିଲା ଯେ ସେ ଚିନ୍ତାରେ ପଡିଗଲେ ।

ପ୍ରକୃତରେ ଏହି ମହିଳାଙ୍କ ପାଖରେ ପ୍ରତିଦିନ ଆମାଜନ୍ ରୁ ଗୋଟିଏ ଗୋଟିଏ ଡେଲିଭେରି ଆସି ପହଞ୍ଚିବାକୁ ଲାଗିଲା । ହେଲେ ସେ ଳ ବୁଝି ପାରିନଥିଲେ ଯେ, କିଏ ଏହାକୁ ପଠାଉଛି । ଏମିତିକି ତାଙ୍କ ଘରେ ଗୋଟିଏ ଦିନରେ ବହୁତ ଗୁଡିଏ ପ୍ୟାକେଜ୍ ଆସି ପହଞ୍ଚି ଯାଉଥିଲା । ନିକଟରେ ତାଙ୍କ ଘର ବାହାରେ ଅନେକ ଗୁଡିଏ ପ୍ୟାକେଜ୍ ଆସି ଯାଇଥିଲା । ତାହା ପୁଣି ଘର ବାରଣ୍ଡାରେ ରଖାଯାଇଥିଲା । ତେବେ ଏହାକୁ ନେଇ ସେ ଅଭିଯୋଗ କରିଥିଲେ । ଆଉ ଏହାକୁ ନେଇ ଆମାଜନ୍ ପକ୍ଷରୁ କୁହାଯାଇଥିଲା ଯେ, ଡେଲିଭେରି ପାଇଁ ତାଙ୍କୁ ଏହି ଠିକଣା ହିଁ ଦିଆଯାଇଥିଲା । ତେବେ ମହିଳା ଜଣକ ଯେତେବେଳେ ବକ୍ସ ଗୁଡିକୁ ଖୋଲିଥିଲେ ସେଥିରେ ହଜାର ହଜାର ସଂଖ୍ୟାରେ ସିଲିକନ୍ ସପୋର୍ଟ ଫ୍ରେମ୍ ଏବଂ ମାସ୍କ ରହିଥିଲା । ଏହି ଫ୍ରେମ୍ ଉଭୟ ପିଲା ଏବଂ ବୃଦ୍ଧଙ୍କ ପାଇଁ ରହିଥିଲା । ଯାହା ଉକ୍ତ ମହିଳାଙ୍କ କୌଣସି କାମରେ ଆସିବାର ନଥିଲା । ତେଣୁ ସେ ଏଥିରେ ପୂରା ଚିନ୍ତିତ ହୋଇପଡିଥିଲେ । ତେବେ ସେସବୁକୁ ଫେରାଇବାକୁ ଚାହୁଥିଲେ ବି ଆମାଜନ୍ ପକ୍ଷରୁ ରିଟର୍ଣ୍ଣ ନେବାକୁ ମନା କରାଯାଉଥିଲା ।

ଆମାଜନ୍ ରେ ଅଭିଯୋଗ କରିବା ପରେ ଅର୍ଡର ଆସିବା ବନ୍ଦ ହୋଇଯାଇଥିଲା । କିନ୍ତୁ ଯେଉଁସବୁ ପ୍ୟାକେଟ୍ ଆସିସାରିଥିଲା । ସେସବୁକୁ ନେବାକୁ କିନ୍ତୁ କମ୍ପାନୀ ମନା କରିଦେଇଥିଲା । ହେଲେ ଉକ୍ତ ମହିଳା ଏବଂ ତାର ବିଜନେସ୍ ପାର୍ଟନର୍ ମିଶି ଗୋଟିଏ କ୍ରିଏଟିଭ୍ ଷ୍ଟୁଡିଓ ଚଳାଉଥିଲେ । ଏଥିରେ ସେମାନଙ୍କୁ ଏହି ସିଲିକନ୍ ସପୋର୍ଟ ଫ୍ରେମ୍ ରେ ମାସ୍କ ତିଆରି କରି ସ୍ଥାନୀୟ ହସ୍ପିଟାଲରେ ଡୋନେଟ୍ କରୁଥିଲେ । ତେବେ ବାକି ଯେଉଁସବୁ ଅର୍ଡର ଆସିବାର ଥିଲା ସେସବୁକୁ ସେମାନେ ହସ୍ପିଟାଲ ମାନଙ୍କରେ ଡୋନେଟ୍ କରିବାକୁ ଆମାଜନ୍ କୁ କହିଥିଲେ ।

Get real time updates directly on you device, subscribe now.