fbpx

ASI ପଦବୀକୁ ପଦୋନ୍ନତି ପାଇବେ ୧୫୦୦ କନଷ୍ଟେବଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ବିଭାଗର ୧୫୦୦ କନଷ୍ଟେବଳ ଏସଆଇ ପଦବୀକୁ ପଦୋନ୍ନତି ପାଇବେ । ୨୦୨୦ ଡିସେମ୍ବର ମାସ ୬ ତାରିଖରେ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଧା ତାଲିକାରେ ସ୍ଥାନ ପାଇଥିବା କନଷ୍ଟେବଳଙ୍କୁ ଏଏସଆଇ ପଦବୀକୁ ପଦୋନ୍ନତି କରିବାକୁ ହାଇକୋର୍ଟ ରାୟ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ୨୦୨୦ ଡିସେମ୍ବ ୧୪ରେ ପ୍ରଥମେ ମେଧା ତାଲିକା ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ ୨୨ରେ ସଂଶୋଧିତ ତାଲିକା ପ୍ରକାଶ ପାଇଥିଲା । ତାଲିକାର ଅସଂରକ୍ଷିତ ବର୍ଗରେ ୨ ହଜାର ୪୯୧ ଜଣ ଓ ସଂରକ୍ଷିତ ବର୍ଗରେ ୨୯୧ ଜଣ କନଷ୍ଟେବଳଙ୍କ ନାମ ରହିଥିଲା । ସେମାନଙ୍କ ମଧ୍ୟରୁ ୨୬ ତାରିଖରେ ୯୨୫ ଜଣଙ୍କୁ କନଷ୍ଟେବଳରୁ ଏଏସଆଇକୁ ପଦୋନ୍ନତି ଦିଆଯାଇଥିଲା । ମାତ୍ର ଏହି ମେଧା ତାଲିକା ଡିସେମ୍ବର ୩୧ ପର୍ଯ୍ୟନ୍ତ ବୈଧ ବୋଲି ପରେ ଘୋଷଣା କରାଯାଇଥିଲା । ଫଳରେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଦେଢ଼ ହଜାରରୁ ଅଧିକ କନଷ୍ଟେବଳ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଡିସେମ୍ବର ୧୪ ଓ ୨୨ରେ ପ୍ରକାଶିତ ମେଧା ତାଲିକା ଏକ ବର୍ଷ ବା ସମ୍ପୂର୍ଣ୍ଣ ଭାବେ ଶେଷ ହେବା ପର୍ଯ୍ୟନ୍ତ ବୈଧ ରହିବ ବୋଲି କହିଛନ୍ତି ।

Get real time updates directly on you device, subscribe now.