ସୁଭଦ୍ରା ଯୋଜନାରୁ ୧୫୭ ଆବେଦନକାରୀ ବାଦ୍ ପଡ଼ିଲେ, ଆଧାର କାର୍ଡ-ବ୍ୟାଙ୍କ ଲିଙ୍କ ବାହାରିବା ପରେ ଜଣାପଡ଼ିଲା ପୁୁରୁଷ
ମହିଳାଙ୍କ ବଦଳରେ ପୁରୁଷ କରିଛନ୍ତି ସୁଭଦ୍ରା ପାଇଁ ଆବେଦନ । ଧରାପଡ଼ିଲେ ୧୫୭ ଜଣ ।
ଭୁବନେଶ୍ୱର: ମହିଳାଙ୍କ ବଦଳରେ ପୁରୁଷ କରିଛନ୍ତି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାରେ ଆବେଦନ । ଏ ନେଇ ଚାଞ୍ଚଲ୍ୟକର ତଥ୍ୟଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଜଣେ କି ଦୁଇଜଣ ପୁରୁଷ ନୁହେଁ ବରଂ ଏକାସାଙ୍ଗରେ ୧୫୭ ଜଣ ପୁରୁଷ ଯୋଜନାରେ ସାମିଲ ହେବା ଲାଗି ଆବେଦନ କରିଛନ୍ତି ।
ମହିଳା ଆତ୍ମନିର୍ଭରଶୀଳ ହେବା ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା କରିଥିବାବେଳେ ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି। ଆଧାର କାର୍ଡ ଓ ବ୍ୟାଙ୍କ ଲିଂକେଜ ଡାଟା ଆସିବା ପରେ ଏହି ସତ ପଦାକୁ ଆସିଛି ।
ପୁରୁଷ ଆବେଦନକାରୀଙ୍କୁ ବାଦ ଦିଆଯାଇଥିବା କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା।
ରାଜ୍ୟ ବାହାରେ କାମ ପାଇଁ ଯାଇଥିବା ଯେଉଁ ମହିଳା ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାନ୍ତି, ସେମାନେ ଆବେଦନ କରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ବିଶେଷକରି ଗଂଜାମ, ମୟୁରଭଞ୍ଜ, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟର ମହିଳା ରାଜ୍ୟ ବାହାରକୁ ଯାଇଛନ୍ତି। ସେମାନଙ୍କୁ ଏହି ଯୋଜନା ସହ ଯୋଡିବା ପାଇଁ ବିଭାଗ କାମ କରୁଥିବା ପ୍ରଭାତୀ ପରିଡା କହିଛନ୍ତି।