ଓଡିଶା ଭାସ୍କର; ବଜାରରେ ସବୁ ସମୟରେ ଉପଲବ୍ଧ ରହୁଥିବା ଫଳ ହେଉଛି କମଳା । ଚଳନୀୟ ଦର ସହ ଅତି ସୁବିଧାରେ ଏହା ସବୁଠି ମିଳିଥାଏ । ସେହିପରି ଅନେକ ଜଣଙ୍କ ବାଡି ବଗିଚାରେ କମଳା ଗଛ ମଧ୍ୟ ରହିଥାଏ । କମଳା ପାଟିକୁ ସୁଆଦିଆ ଲାଗିବା ସହିତ, ସେଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀତା ଗୁଣ ଭରି ରହିଛି ଯାହା ଏକ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱ ରଖିଥାଏ ।
ଏହି ସାଧାରଣ ଫଳଟି ଅନେକ ପ୍ରକାରର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ବିଶେଷକରି ବର୍ଷା ଦିନେ ଓ ଶୀତ ଦିନେ ଏହାର ଆବଶ୍ୟକତା ଅଧିକ ରହିଥାଏ । ଏହି କମଳା ରସକୁ ସୂର୍ୟ୍ୟକିରଣ ରସ ମଧ୍ୟ କୁହାଯାଏ କାରଣ ଏହାର ଗୋଟିଏ ଗ୍ଲାସ ଶରୀର ପାଇଁ ଚମତ୍କାର କରିପାରେ । କମଳରେ ପ୍ରଚୁର ପରିମାଣରେ ଭିଟାମିନ୍’ସି’, ଫାଇବର ,କ୍ୟାଲସିୟମ୍ ଭଳି ଅନେକ ପୋଷକ ତତ୍ୱ ଭରି ରହିଥାଏ । କମଳା ବର୍ଷା ଦିନେ ହେଉଥିବା ଭାଇରାଲ ଇନଫେକସନ ଆଶଙ୍କା କମ୍ କରିଥାଏ । ଏଣୁ ବର୍ଷା ଦିନେ କମଳା ଖାଇବା ନିହାତି ଆବଶ୍ୟକ । ସେହିପରି ଏହା ଇମ୍ୟୁନ ସିଷ୍ଟମକୁ ମଜବୁତ୍ କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା କମଳା ଖାଇବା ଦ୍ୱାରା, ଏଥିରୁ କ’ଣ ସବୁ ଉପକାରୀତା ମିଳିଥାଏ ।
- ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ
- ଭିଟାମିନ୍ ସି ର ଉତ୍ସ
- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ
- ଶରୀରକୁ ଡିଟକ୍ସାଇଫ୍ କରେ
- ରକ୍ତ ସଞ୍ଚାଳନ
- ପ୍ରଦାହକୁ କମ କରିଥାଏ
- ମଧୁମେହ ରୋଗୀଙ୍କ ପାଇଁ ଭଲ
- ହୃଦ୍ରୋଗ ପାଇଁ ଭଲ
- ବାର୍ଦ୍ଧକ୍ୟ ନିରୋଧ ଭାବେ କାମ କରେ
- ଅସ୍ଥି ଏବଂ ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରେ
- ଶକ୍ତିଶାଳୀ ଅସ୍ଥି କରିବାରେ ସାହାଯ୍ୟ କରେ
- ରକ୍ତହୀନତାର ଦୂର କରେ
- କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ରଖେ
- ତ୍ୱଚା ଜନିତ ବିଭିନ୍ନ ସମସ୍ୟା ଦୂର କରେ
- ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ
- ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ