fbpx

ହିରୋ ମୋଟୋକର୍ପକୁ ୧୭ କୋଟି ଟଙ୍କାର ଟ୍ୟାକ୍ସ ଡିମାଣ୍ଡ ନୋଟିସ୍‌, ଆଦେଶ ବିରୋଧରେ ଆବେଦନ କରିବା କମ୍ପାନୀ

ନୂଆଦିଲ୍ଲୀ: ହିରୋ ମୋଟୋକର୍ପ କମ୍ପାନୀକୁ ଦିଲ୍ଲୀ GST ଅଧିକାରୀଙ୍କ ତରଫରୁ ୧୭ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟ୍ୟାକ୍ସ ଡିମାଣ୍ଡ ନୋଟିସ୍ ମିଳିଛି । ରବିବାର ହିରୋ ମୋଟେକର୍ପ ରେଗୁଲେଟୋରୀ ଫାଇଲିଂରେ ଏହି ସୂଚନା ଦେଇଛି । ପ୍ରମୁଖ ଦୁଇ ଚକିଆ ବାହନ ନିର୍ମାତା ହିରୋ ମୋଟୋକର୍ପକୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ disallowance ପାଇଁ ଏହି ନୋଟିସ୍ ମିଳିଛି ମିଳିଛି ।

ଉକ୍ତ ନୋଟିସ୍ ଅନୁଯାୟୀ ଟ୍ୟାକ୍ସ ଡିମାଣ୍ଡ୍ ହେଉଛି ୯, ୩୮, ୬୬ ୫୧୩ ଟଙ୍କା, ସୁଧ ହେଉଛି ୭, ୩୨, ୧୫, ୮୮୦ ଏବଂ ଜରିମାନା ହେଉଛି ୯୩, ୮୬, ୬୫୧ ଟଙ୍କା । ହିରୋ ମୋଟୋକର୍ପ କହିବାନୁଯାୟୀ କମ୍ପାନୀର ଆସେସମେଣ୍ଟ ଆଧାରରେ ଟ୍ୟାକ୍ସ ଡିମାଣ୍ଡ ଆଇନ୍ ଅନୁଯାୟୀ ଏହା ଗ୍ରହଣୀୟ ନୁହେଁ । ଯୋଗାଣକାରୀଙ୍କ ଅନୁପାଳନ ଯୋଗୁଁ ଏହାକୁ ଅସ୍ୱିକାର କରାଯାଇଥିଲା ଯେଉଁମାନେ କମ୍ପାନୀ ପାଇଁ ଦାୟୀ ନୁହଁନ୍ତି । ଏହା କମ୍ପାନୀର ଆର୍ଥିକ ସ୍ଥିତି, ପରିଚାଳନା କିମ୍ବା ଅନ୍ୟ ଗତିବିଧି ଉପରେ କୌଣସି ଭୌତିକ ପ୍ରଭାବ ପକାଇବ ନାହିଁ । ଏହା ବିରୋଧରେ କମ୍ପାନୀ ଆବେଦନ କରିବା ସହ ଉଚିତ ପଦକ୍ଷେପ ଗ୍ରହଣ କରିବ । କହିରଖୁଛୁ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀକୁ ୧, ୧୨୨.୬୩ କୋଟିର ଷ୍ଟାଣ୍ଡ ଏଲୋନ୍ ପ୍ରଫିଟ୍ ହୋଇଥିଲା । ବାର୍ଷିକ ଏଥିରେ ୩୬.୧୨% ବୃଦ୍ଧି ହୋଇଛି ।

Get real time updates directly on you device, subscribe now.