fbpx

କୋଭିଡରେ ଗଲାଣି ୧୭ ପାଇଲଟଙ୍କ ଜୀବନ, ବିମାନ ସେବା ଯୋଗାଉଥିବା ଇଣ୍ଡିଗୋ କମ୍ପାନୀର ସର୍ବାଧିକ ୧୦ ପାଇଲଟଙ୍କ ନେଲାଣି ଜୀବନ

Advertisement

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କରୋନା ଯୋଗୁଁ ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ସେଥିରୁ ବର୍ତ୍ତିପାରିନାହାନ୍ତି ପାଇଲଟ । ରିପୋର୍ଟ ଅନୁସାରେ କରୋନାରେ ଆକ୍ରାନ୍ତ ହୋଇ ଏଯାବତ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଭିସ୍ତାରା ବିମାନ କମ୍ପାନୀର ପ୍ରାୟ ୧୭ ଜଣଙ୍କ ଜୀବନ ନେଇଛି କରୋନା । ବିମାନ ସେବା ଯୋଗାଉଥିବା ଇଣ୍ଡିଗୋ କମ୍ପାନୀର ୧୦ ପାଇଲଟଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ଭିସ୍ତାରା କମ୍ପାନୀର ୨ ପାଇଲଟଙ୍କ ମୃତ୍ୟୁ ଘଟିଛି ।

ସେହିପରି ଏୟାର ଇଣ୍ଡିଆର ୫ ବରିଷ୍ଠ ପାଇଲଟ ହର୍ଷ ତିୱାରୀ, ଜିିଏସ ଗିଲ, ପ୍ରସାଦ କର୍ମାକର, ସନ୍ଦୀପ ରାଣା ଓ ଅମିତେଶ ପ୍ରସାଦଙ୍କର ମୃତ୍ୟୁ ଘଟିଛି । କିନ୍ତୁ ଏଯାବତ ଏୟାର ଏସିଆର କୌଣସି ପାଇଲଟ କରୋନାରେ ମୃତ୍ୟୁବରଣ କରିନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.