fbpx

ବଡ ଖବର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୭୮ ସୁସ୍ଥ

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଆସିଛି ଭଲ ଖବର । ଆଜି ରାଜ୍ୟରେ ଆଉ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏହି କ୍ରମରେ ରାଜ୍ୟରେ ଚିକିତ୍ସା ପରେ ମୋଟ୍ ୧୮୯୪ ଜଣ ସୁସ୍ଥ ହୋଇସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାର ସର୍ବାଧିକ ୩୯ ଓ ଗଜପତିର ୨୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ନୂଆପଡ଼ାର ୨୨, ଭଦ୍ରକର ୧୭, ନୟାଗଡ଼ର ୧୫ ଜଣ ସୁସ୍ଥ ହୋଇଛନ୍ତି । କଟକ, ବଲାଙ୍ଗିର ଓ ମାଲକାନଗିରିର ୨ ଜଣ ଲେଖାଏଁ ସୁସ୍ଥ, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର ଓ ପୁରୀର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଗଞ୍ଜାମର ୧୪, କେନ୍ଦ୍ରାପଡ଼ାର ୧୦, ଢେଙ୍କାନାଳ ଓ କନ୍ଧମାଳର ୯ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହା ସହିତ ସୁନ୍ଦରଗଡ଼ର ୬, ବାଲେଶ୍ବରର ୪ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.